ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପରଲୋକରେ ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହା। କିଡନୀ ରୋଗରେ ପଡ଼ିତ୍ ହୋଇ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ହସ୍ପିଟାଲ ରୁ ସିଧାସଳଖ ତାଙ୍କ ମର ଶରୀରକୁ ବିଜେଡି କାର୍ୟାଳୟ ଅଣାଯାଇଥିଲା। ଦଳୀୟ କାର୍ଯ୍ୟାଳୟରେ ଶୋକ ସଭା ଆୟୋଜନ କରାଯିବା ସହ ଶେଷ ଦର୍ଶନ କରିଥିଲେ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ,ସାଂସଦ ସୁଲତା ଦେଓ ,ବିଧାୟକ ଅନନ୍ତ ନାରାୟଣ ଜେନା,ସୁଶାନ୍ତ ରାଉତ ଙ୍କ ସମେତ ବହୁ ଦଳୀୟ ବିଧାୟକ ,ସାଂସଦ ଓ ନେତା। ପର ତାଙ୍କ ମରଶରୀରକୁ ବିଧାନସଭା ଅଣାଯାଇଥିଲା।ବିଧାନସଭାରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଅଶୋକ ପଣ୍ଡା ଙ୍କ ସହ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସହ ବହୁ ବିଧାୟକ ଓ ସାଂସଦ ଶେଷ ଦର୍ଶନ କରିଥିଲେ।
ବିଜୟ ରଞ୍ଜନ ସିଂହ ବରିହାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ଵିଟ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକଙ୍କ କଲ୍ୟାଣ ପାଇଁ ଜନପ୍ରତିନିଧି ଭାବେ ସେ କରିଯାଇଥିବା କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ । ଏପରି ଦୁଃଖଦ ସମୟରେ ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜୟ ରଞ୍ଜନ ସିଂ ବରିହାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଟ୍ଵିଟ୍ କରି ସେ ଲେଖିଛନ୍ତି, ସାମାଜିକ ଓ ରାଜନୈତିକ ଜୀବନରେ ସେ କରିଥିବା ଉଲ୍ଲେଖନୀୟ କାର୍ଯ୍ୟଗୁଡ଼ିକ ସବୁଦିନ ସ୍ମରଣୀୟ ହୋଇ ରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।