ଓଡ଼ିଶା ସିମକାର୍ଡର ପାକିସ୍ତାନ ଲିଙ୍କ ମାମଲା: ପଠାଣୀ ବିରୋଧ ଲାଗିବ ଦେଶଦ୍ରୋହ ଅପରାଧ ଦଫା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ସିମକାର୍ଡର ପାକିସ୍ତାନ ଲିଙ୍କ ମାମଲାରେ  ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ)କୁ ସାଂଘାତିକ ତଥ୍ୟ ମିଳିବା ପରେ ତନାଘନା ଚଳାଇଛି ଏସଟିଏଫ୍ । ଏହି ମାମଲାରେ ମାଷ୍ଟରମାଇଣ୍ଡ ପଠାଣୀ ସାମନ୍ତ ଲେଙ୍କା ବିରୋଧରେ ଦେଶଦ୍ରୋହ ଅପରାଧ ଦଫା ଲାଗିବ ବୋଲି ସୂଚନା ରହିଛି ।  ଆସନ୍ତାକାଲିଠାରୁ ପଠାଣି ସାମନ୍ତ ଲେଙ୍କାକୁ ୫ ଦିନିଆ ରିମାଣ୍ଡରେ ନେଇ ଆତଙ୍କୀ ଲିଙ୍କ ବାବାଦରେ ଖୋଳତାଡ଼ କରିବ ଏସଟିଏଫ୍ ।

ସୂଚନା ମୁତାବକ, ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ, ଓ ପଶ୍ଚିିମବଙ୍ଗରେ ଥିବା ଆଇଏସଆଇ  ଏଜେଣ୍ଟଙ୍କ ସମ୍ପର୍କରେ ଥିଲା ପଠାଣୀ ସାମନ୍ତ । ତେବେ ଅତଙ୍କବାଦୀଙ୍କ ସହ ଲିଙ୍କ ରଖିବାକୁ କେଉଁ କେଉଁ ଅଞ୍ଚଳରୁ ସିମକାର୍ଡ କିଣାହୋଇଥିଲା ସେ ନେଇ ତଦନ୍ତ ଚାଲିଛି । ପୂର୍ବରୁ ପଠାଣୀଙ୍କ ବିରୋଧରେ ଅଫିସିଆଲ ଡାଟା ଲିକ୍ ନେଇ ଜଲପାଇଗୁଡି ଥାନାରେ ରହିଛି ଅଭିଯୋଗ ।

Leave A Reply

Your email address will not be published.