ଆଦାନୀ ଗ୍ରୁପ୍‌କୁ କ୍ଲିନ୍‌ ଚିଟ୍‌

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) :  ଆଦାନୀ ଗ୍ରୁପ୍‌କୁ କ୍ଲିନ୍‌ ଚିଟ୍‌। ହିଣ୍ଡେନବର୍ଗ ଅଭିଯୋଗ ସହ ଜଡ଼ିତ ତଦନ୍ତରେ ଭାରତର ନିୟାମକ ବ୍ୟବସ୍ଥାର ଯାଞ୍ଚ କରୁଥିବା ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଏକ ବିଶେଷଜ୍ଞ ପ୍ୟାନେଲ୍‌ ଆଦାନୀ ଗ୍ରୁପ୍‌କୁ କ୍ଲିନ୍‌ ଚିଟ୍‌ ଦେଇଛନ୍ତି। ପ୍ୟାନେଲ କହିଛନ୍ତି ଯେ ଏହି ମାମଲାରେ ବଜାର ନିୟାମକ ସିକ୍ୟୁରିଟିଜ୍‌ ଆଣ୍ଡ୍‌ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆର କୌଣସି ନିୟାମକ ବିଫଳତା ନାହିଁ।ଡୋମେନ୍‌ ବିଶେଷଜ୍ଞଙ୍କୁ ନେଇ ଗଠିତ ବିଶେଷଜ୍ଞ କମିଟି ମଧ୍ୟ କହିଛି ଯେ ଆଦାନୀ ଗ୍ରୁପ୍‌ ତରଫରୁ କୌଣସି ମୂଲ୍ୟ ହେରଫେର ହୋଇନାହିଁ ଏବଂ ଖୁଚୁରା ନିବେଶକମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ କମ୍ପାନି ଆବଶ୍ୟକ ପଦକ୍ଷେପ ନେଇଛି।

ଗ୍ରୁପ୍‌ ଦ୍ୱାରା ନିଆଯାଇଥିବା ନିୟନ୍ତ୍ରଣ ପଦକ୍ଷେପ ଷ୍ଟକ୍‌ ଉପରେ ଆତ୍ମବିଶ୍ୱାସ ସୃଷ୍ଟି କରିବାରେ ସହାୟକ ହୋଇଛି ଏବଂ ଷ୍ଟକ୍‌ଗୁଡ଼ିକ ବର୍ତ୍ତମାନ ସ୍ଥିର ରହିଛି ବୋଲି ପ୍ୟାନେଲ କହିଛି। ହିଣ୍ଡେନବର୍ଗ ଅଭିଯୋଗ ସହ ଜଡ଼ିତ ତଦନ୍ତରେ ଭାରତର ନିୟାମକ ବ୍ୟବସ୍ଥାର ଯାଞ୍ଚ କରୁଥିବା ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଏକ ବିଶେଷଜ୍ଞ ପ୍ୟାନେଲ୍‌ ଆଦାନୀ ଗ୍ରୁପ୍‌କୁ କ୍ଲିନ୍‌ ଚିଟ୍‌ ଦେଇଛନ୍ତି।

ପ୍ୟାନେଲ କହିଛନ୍ତି ଯେ ଏହି ମାମଲାରେ ବଜାର ନିୟାମକ ସିକ୍ୟୁରିଟିଜ୍‌ ଆଣ୍ଡ୍‌ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ ( ସେବି )ର କୌଣସି ନିୟାମକ ବିଫଳତା ନାହିଁ। ଡୋମେନ୍‌ ବିଶେଷଜ୍ଞଙ୍କୁ ନେଇ ଗଠିତ ବିଶେଷଜ୍ଞ କମିଟି ମଧ୍ୟ କହିଛି ଯେ ଆଦାନୀ ଗ୍ରୁପ୍‌ ତରଫରୁ କୌଣସି ମୂଲ୍ୟ ହେରଫେର ହୋଇନାହିଁ ଏବଂ ଖୁଚୁରା ନିବେଶକମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ କମ୍ପାନି ଆବଶ୍ୟକ ପଦକ୍ଷେପ ନେଇଛି।

Leave A Reply

Your email address will not be published.