ଓଡ଼ିଆ ନ୍ୟୁଜ୍: ଭୁବନେଶ୍ବରରୁ ସନ୍ଦିଗ୍ଧ ଯୁବକ ଗିରଫ।ଯୁବକଙ୍କୁ ଉଠାଇ ନେଲା ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ।ସନ୍ଦିଗ୍ଧ ଯୁବକ ୟୁନିଟ-୬ ଅଞ୍ଚଳର ଶେଖ ଇମ୍ରାନ।ଦେଶ ବିରୋଧରେ ସୋସିଆଲ ମିଡିଆରେ ପ୍ରଚାର କରୁଥିଲା ଇମ୍ରାନ।କିଛି ଆତଙ୍କବାଦୀ ସଂଗଠନ ସହ ଲିଙ୍କ୍ ଥିବା ସୂଚନା। ଭୁବନେଶ୍ୱରରୁ ସନ୍ଦିଗ୍ଧ ଆତଙ୍କୀକୁ ଗିରଫ କରିଛି ଦିଲ୍ଲୀ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ । ଭୁବନେଶ୍ୱର ୟୁନିଟ-୬ ଅଞ୍ଚଳରେ ଥିବା ଶେଖ୍ ଇମ୍ରାନକୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଦେଶ ବିରୋଧରେ ସୋସିଆଲ୍ ମିଡ଼ିଆରେ ପ୍ରଚାର କରୁଥିବା ଅଭିଯୋଗରେ ଗିରଫ କରିଛି ଦିଲ୍ଲୀ ପୋଲିସ ।
ଖବର ଅନୁଯାୟୀ, ଭୁବନେଶ୍ବରରୁ ଆସିଲା ବଡ଼ ଖବର। ଇମ୍ରାନ୍ ନାମକ ଜଣେ ଯୁବକଙ୍କୁ ଉଠାଇ ନେଲା ଦିଲ୍ଲୀ ପୋଲିସ୍। ଭୁବନେଶ୍ବର କ୍ୟାପିଟାଲ୍ ଥାନା ଅଞ୍ଚଳରୁ ଗିରଫ କରିଛି ଦିଲ୍ଲୀ ପୋଲିସ। ଭୁବନେଶ୍ବରରେ ଦିଲ୍ଲୀ ପୋଲିସର ସ୍ପେଶାଲ ଟିମ୍ ଏହି ଯୁବକଙ୍କୁ ଗିରଫ କରିଛି । ଗୁଇନ୍ଦା ସୂତ୍ରରୁ ଖବର ପାଇବା ପରେ ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ ଉକ୍ତ ଯୁବକଙ୍କୁ ଉଠାଇ ନେଇଛି। ୟୁନିଟ୍-୬ ଅଞ୍ଚଳରୁ ଏକ ସରକାରୀ କ୍ୱାର୍ଟରରୁ ଉକ୍ତ ଯୁବକଙ୍କୁ ଗିରଫ କରାଯାଇଛି। ସେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ସହ ଜଡିତ ଥିବା ଅନୁମାନ କରାଯାଉଛି । ଶୁକ୍ରବାର ଯୁବକକୁ ଗିରଫ ପରେ ଭୁବନେଶ୍ୱର ଏସ୍ଡିଏଜେଏମ୍ କୋର୍ଟରେ ହାଜର କରାଯାଇଥିଲା । ଏହାପରେ ଦିଲ୍ଲୀ ନେଇଯାଇଛି ସ୍ପେଶାଲ ଟିମ୍ ।