ଓଡ଼ିଆ ନ୍ୟୁଜ୍: ଆକାଶମାର୍ଗ ବ୍ୟବହାର ପାଇଁ ଅନୁମତି ଦେଲାନି ପାକିସ୍ତାନ।ଦିଲ୍ଲୀ-ଶ୍ରୀନଗର ଇଣ୍ଡିଗୋ ବିମାନକୁ ଅନୁମତି ଦେଲାନି ପାକ୍କୁ।ଆପଥର ମାଡ଼ରୁ ବର୍ତ୍ତିବା ପାଇଁ ଏୟାରସ୍ପେସ ମାଗିଥିଲା ଇଣ୍ଡିଗୋ ବିମାନ। ହେଲେ ସଫା ସଫା ମନା କରିଦେଇଥିଲା ଲାହୋର ଏଟିସି। ପୁଣି ପଦାରେ ପଡିଛି ପାକିସ୍ତାନର ହୀନ ଚକ୍ରାନ୍ତ। ତୃଣମୂଳ କଂଗ୍ରେସ ଏମ୍ପିଙ୍କ ସମେତ ୨୨୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଦିଲ୍ଲୀ-ଶ୍ରୀନଗର ଇଣ୍ଡିଗୋ ବିମାନଟି ଆକାଶରେ ଝଡ଼ତୋଫୋନର ସାମ୍ନା କରିଥିଲା। ଫଳରେ ପାଇଲଟଙ୍କୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାକୁ ପଡ଼ିଥିଲା।
ବିମାନଟି ଏୟାରବସ A320 ଅମୃତସର ଉପରେ ଉଡ଼ିବା ସମୟରେ, ପାଇଲଟ ପାକିସ୍ତାନର ଲାହୋର ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ସେମାନଙ୍କ ଆକାଶ ମାର୍ଗରେ କିଛି ସମୟ ପାଇଁ ପ୍ରବେଶ କରିବା ଏବଂ ପାଗକୁ ଏଡାଇବା ପାଇଁ ଜରୁରୀକାଳୀନ ଅନୁମତି ମାଗିଥିଲେ। ତଥାପି, ପାକିସ୍ତାନ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିବା ଜଣାପଡ଼ିଛି। ସମ୍ପ୍ରତି ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ସହିତ, ଉଭୟ ଦେଶ ପରସ୍ପରର ବାୟୁମଣ୍ଡଳ ବ୍ୟବହାର କରିବାକୁ ପ୍ରତିବନ୍ଧକ ଲଗାଇଛନ୍ତି।