ଓଡ଼ିଆ ନ୍ୟୁଜ୍: ପାକିସ୍ତାନରେ ହେଲିକାପଟର ଦୁର୍ଘଟଣା, 5 ମୃତ। ଉତ୍ତର ପାକିସ୍ତାନରେ ବର୍ଷା ପ୍ରଭାବିତ ଉଦ୍ଧାର କାର୍ଯ୍ୟ କରୁଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ୫ ଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ପଖତୁନଖୱା ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ଉଦ୍ଧୃତ କରି ଏଏଫ୍ପି ଏହି ସୂଚନା ଦେଇଛି।
ପଖତୁନଖୱା ମୁଖ୍ୟମନ୍ତ୍ରୀ ଅଲି ଅମିନ ଗଣ୍ଡାପୁର କହିଛନ୍ତି ଯେ ମହମ୍ମଦ ଜିଲ୍ଲାର ପାଣ୍ଡାଲି ଅଞ୍ଚଳରେ ଖରାପ ପାଗ ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ବାଜୌରରେ ବର୍ଷା ପ୍ରଭାବିତ ଅଞ୍ଚଳ ପାଇଁ ରିଲିଫ ସାମଗ୍ରୀ ନେଇ ଯାଉଥିବା MI-୧୭ ହେଲିକପ୍ଟରଟି ଖରାପ ପାଗ ଯୋଗୁଁ ମହମ୍ମଦ ଜିଲ୍ଲାର ପାଣ୍ଡାଲି ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି, ଯେଉଁଥିରେ ଦୁଇ ପାଇଲଟ ସମେତ ପାଞ୍ଚ ଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଛି।