ଓଡ଼ିଆ ନ୍ୟୁଜ୍: ବିହାରରେ ପଶିଲେ ୩ ଜଣ ପାକିସ୍ତାନୀ ଆତଙ୍କବାଦୀ।ନେପାଳ ସୀମା ଦେଇ ମୋତିହାରୀ ଜିଲ୍ଲାକୁ ପଶିଥିବା ସୂଚନା। ଗୁଇନ୍ଦା ସଂସ୍ଥାର ସୂଚନା ପରେ ହାଇଆଲର୍ଟରେ ପୋଲିସ।ସୀମାନ୍ତ ଅଞ୍ଚଳରେ ପୋଲିସର କଡ଼ା ଚେକିଂ, ଗାଡ଼ି ମୋଟର ଯାଞ୍ଚ।ସନ୍ଦିଗ୍ଧ ବାବଦରେ ଜଣାଇବାକୁ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା। ୩ ଆତଙ୍କୀଙ୍କ ନାମ ସହ ଫଟୋ ଜାରି କଲା ବିହାର ପୋଲିସ।୩ ଆତଙ୍କୀ ରାୱଲପିଣ୍ଡି, ଉମରକୋଟ ଓ ବାହାୱଲପୁରର ସୂଚନା।ଆଗକୁ ବିହାର ବିଧାନସଭା ନିର୍ବାଚନ ଥିବାରୁ ପୋଲିସର କଡ଼ା ନଜର।ଏନେଇ ସୂଚନା ଦେଲେ ବିହାର ମୋତିହାରୀ ଏସ୍ପି ସ୍ବର୍ଣ୍ଣ ପ୍ରଭାତ।