ବୋଟ୍‌କୁ ଧକ୍କା ଦେଲା ଟ୍ରଲର, ବୁଡ଼ିଯିବା ଆଶଙ୍କା

0

ଓଡ଼ିଆ ନ୍ୟୁଜ୍: ପାରାଦୀପ ନେହେରୁ ବଙ୍ଗଳା ମାଛଧରା ବନ୍ଦରରେ ଏକ ଅଘଟଣ ଘଟିଛି। ମାଛଧରା ବେସ୍ ଭିତରେ ବୋଟ୍ ବୁଲାଇବା ବେଳେ ସିମେଣ୍ଟ କଂକ୍ରିଟରେ ବୋଟ୍‌ର ତଳଭାଗ ପିଟି ହୋଇ ଯାଇଛି । ଟ୍ରଲରରେ ଫାଟ ସୃଷ୍ଟି ହୋଇ ଟ୍ରଲର ଭିତରକୁ ପାଣି ପଶିଥିଲା। ମାଛଧରା ବନ୍ଦରର ୪ନଂ ଜେଟିରେ ଏହି ଘଟଣା ଘଟିଛି ।

ତେବେ ବୋଟଟି ମାଛ ଧରିବା ପାଇଁ ସମୁଦ୍ରକୁ ଯିବାକୁ ପ୍ରସ୍ତୁତ ହୋଇଥିଲା। ଏଥିରେ ବରଫ ଓ ଜାଲ ସହିତ ଅନ୍ୟାନ୍ୟ ସାମଗ୍ରୀ ଭର୍ତ୍ତି କରାଯାଇ ଜେଟ୍ଟିରୁ ବୋଟକୁ ବାହାର କରିବା ସମୟରେ ଘଟିଛି ଏଭଳି ଅଘଟଣ। ବୋଟରୁ ପାଣି ବାହାରକରିବା ପରେ ଏହାକୁ ଉପରକୁ ଅଣାଯାଇ ମରାମତି ପାଇଁ ପ୍ରୟାସ କରାଯାଉଥିବା ବେଳେ ଘଟଣାସ୍ଥଳରେ ମତ୍ସ୍ୟ ବିଭାଗର ଅଧିକାରୀ ପହଞ୍ଚି ବୋଟକୁ ମରାମତି କରିବା ପାଇଁ ସହାୟତା ଆରମ୍ଭ କରିଛି।

Leave A Reply

Your email address will not be published.