ଓଡ଼ିଆ ନ୍ୟୁଜ୍: ଲୋକସଭାରେ ଗୁରୁତ୍ବପୂର୍ଣ୍ଣ ସମ୍ବିଧାନ ସଂଶୋଧନ ବିଲ୍ ଆଗତ। ସମ୍ବିଧାନ ସଂଶୋଧନ ବିଲ୍ ଆଗତ କଲେ ଗୃହମନ୍ତ୍ରୀ ଅମିତ ଶାହ। ସଙ୍ଗୀନ ଅପରାଧ ମାମଲାରେ ଗିରଫ ହେଲେ ଯିବ ପଦ।ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ କ୍ଷେତ୍ରରେ ଲାଗୁ ହେବ।୩୦ ଦିନ ପର୍ଯ୍ୟନ୍ତ ଜେଲ୍ରେ ରହିଲେ ଦେବାକୁ ପଡ଼ିବ ଇସ୍ତଫା।ଇସ୍ତଫା ଦେବେ ନଚେତ୍ ତାଙ୍କ ପଦ ରଦ୍ଦ ହୋଇଯିବ। କେନ୍ଦ୍ରଶାସିତ ଅଞ୍ଚଳ ସରକାର ସଂଶୋଧନ ବିଲ୍-୨୦୨୫ ଆଗତ ଏବଂ ଜମ୍ମୁକାଶ୍ମୀର ପୁନର୍ଗଠନ ବିଲ୍- ୨୦୨୫ ଆଗତ କରିଛନ୍ତି ଅମିତ ଶାହ । ୩ଟି ବିଲ୍ ଆଗତ କରିବା ପରେ ବିଲ ଗୁଡ଼ିକୁ ଜେପିସିକୁ ପଠାଇବାକୁ ଶାହ ପ୍ରସ୍ତାବ ଦେଇଥିଲେ ।
ତେବେ ବିଲ୍ ଆଗତ ବେଳେ ବିରୋଧୀଙ୍କ ଉପରେ ବର୍ଷି ଶାହ କହିଛନ୍ତି- ମୁଁ ଯେତେବେଳେ ମିଛ ମାମଲାରେ ଜେଲ ଯାଇଥିଲି ସେତେବେଳେ ନୈତିକତା ଦୃଷ୍ଟିରୁ ପଦରୁ ଇସ୍ତଫା ଦେଇଥିଲି । ଆମେ ଏତେ ନିର୍ଲଜ ନୋହୁଁ, ମୁଁ ଚାହୁଁଛି ନୈତିକତାର ମୂଲ୍ୟ ବୃଦ୍ଧି ପାଉ । ଯେଉଁ ନେତା ମନ୍ତ୍ରୀ, ମୁଖ୍ଯମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଅପରାଧିକ ମାମଲାରେ ୩୦ ଦିନରୁ ଅଧିକ ଜେଲ ଯାଇଥିଲେ ତାଙ୍କ ପଦ ଯିବ । ୩ଟି ବିଲ୍ ଆଗତ ବେଳେ ବିରୋଧୀ ହୋହଲ୍ଲା କରିଥିଲେ । ଗୃହକୁ ୩ଟା ଯାଏଁ ମୁଲତବୀ ରଖାଯାଇଛି ।