ଓଡ଼ିଆ ନ୍ୟୁଜ୍: ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ।ପଟ୍ଟାମୁଣ୍ଡାଇ ମ୍ୟୁନିସପାଲିଟିର ୧୦ ନଂ ୱାର୍ଡରେ ଅଘଟଣ।ଲୋକେ ଭୟଭୀତ ହୋଇ ଉପଖଣ୍ଡସ୍ତରୀୟ ମେଡିକାଲ୍ରେ ଭର୍ତ୍ତି। ମେଡିକାଲ୍ରେ ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ।ଭାଗବତ ସପ୍ତାହ ପାଇଁ ଭୋଜି ବେଳେ ଡାଲମାରୁ ବାହାରିଲା ମଲା ସାପ।
ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତ୍ରିରେ ପଟ୍ଟାମୁଣ୍ଡାଇ ମ୍ୟୁନିସପାଲିଟିର ୧୦ ୱାର୍ଡରେ ଚାଲିଥିଲା ଭାଗବତ ସପ୍ତାହ । ଏହି ଅଵସରରେ ୪୦୦ ଲୋକଙ୍କ ପ୍ରସାଦ ସେବନ ଲାଗି ଖାଦ୍ୟ ରନ୍ଧା ହୋଇଥିଲା । ହେଲେ ପ୍ରସାଦ ସେବନ ସମୟରେ ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଥିବା ଦେଖି ଲୋକେ ଭୟଭୀତ ହୋଇ ଚିକିତ୍ସା ପାଇଁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ମେଡିକାଲରେ ଚିକିତ୍ସା ହୋଇଛନ୍ତି । ଅନ୍ୟପଟେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ମେଡିକାଲରେ ସ୍ଵାସ୍ଥ୍ୟ ପରୀକ୍ଷା ପାଈଁ ଲମ୍ବା ଲାଇନ ଦେଖିବାକୁ ମିଳିଛି।