ତୈଳ କମ୍ପାନୀଗୁଡ଼ିକ ଦ୍ୱାରା ଆଜି ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବୃଦ୍ଧି ପାଇଛି। ପେଟ୍ରୋଲର ମୂଲ୍ୟ ୪୭ ରୁ ୫୩ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲର ମୂଲ୍ୟ ମଧ୍ୟ ୫୩ ରୁ ୫୮ ପଇସା ବୃଦ୍ଧି ପାଇଛି। ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲ ଲିଟର ପିଛା ୯୯.୧୧ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ୯୦.୪୨ ଟଙ୍କା ମିଳୁଛି।ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟରରେ ୫୪ ପଇସା ଓ ଡିଜେଲ ଲିଟରରେ ୫୯ ପଇସା ବୃଦ୍ଧି ଘଟିଛି
ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ୧୧୩.୮୮ ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୯୮.୧୩ ଟଙ୍କା ରହିଛି। କୋଲକାତାରେ ପେଟ୍ରୋଲର ମୂଲ୍ୟ ୧୦୮.୫୩ ଟଙ୍କା ଥିବାବେଳେ ଡିଜେଲର ଲିଟର ପିଛା ୯୩.୫୭ ଟଙ୍କା ରହିଛି। ଏଥି ସହିତ ଚେନ୍ନାଇରେ ମଧ୍ୟ ପେଟ୍ରୋଲ ଲିଟର ପିଛା ୧୦୪.୯୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୫.୦୦ ଟଙ୍କା ରହିଛି। ତେବେ ଗତ ବର୍ଷ ନଭେମ୍ବର ୪ ତାରିଖରୁ ଏହି ଦୁଇଟି ଇନ୍ଧନର ମୂଲ୍ୟରେ କୌଣସି ବୃଦ୍ଧି ଘଟି ନଥିଲା। ବିରୋଧୀମାନେ ଅଭିଯୋଗ କରିଛନ୍ତି ଯେ ପାଞ୍ଚଟି ରାଜ୍ୟରେ ନିର୍ବାଚନ ହେତୁ ମୋଦୀ ସରକାର ତୈଳ କମ୍ପାନୀଗୁଡିକୁ ମୂଲ୍ୟ ବୃଦ୍ଧିରେ ରୋକ ଲଗାଇଥିଲେ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ୧୧୨ ଡଲାରରେ ପହଞ୍ଚିବା ପରେ ଡିଜେଲର ବହୁଳ କ୍ରେତାଙ୍କ ପାଇଁ ରବିବାର ଦିନ ତୈଳ କମ୍ପାନୀଗୁଡିକ ଲିଟର ପିଛା ୨୫ ଟଙ୍କା ବୃଦ୍ଧି କରିଛନ୍ତି। ଖୁଚୁରା ମୂଲ୍ୟ ଧୀରେ ଧୀରେ ବୃଦ୍ଧି ପାଇବ ବୋଲି ତୈଳ ଡିଲରମାନେ କହିଛନ୍ତି।