ପିପିଲି ଦୁର୍ଘଟଣା, ୪ ଲକ୍ଷ ସହାୟତା ଘୋଷଣା

0

ଓଡ଼ିଆ ନ୍ୟୁଜ୍: ପିପିଲିରେ OSRTC ବସ୍ ଧକ୍କାରେ ୩ ଯୁବତୀଙ୍କ ମୃତ୍ୟୁ ଘଟଣା।ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ମୃତକଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରାଯାଇଛି। ଆଜି ପିପିଲି ତରାକାଜ ନିକଟରେ ୩ ଯୁବତୀଙ୍କ ଉପରେ ଚଢ଼ି ଯାଇଥିଲା ବସ୍। ଜଗା ଦର୍ଶନ ପାଇଁ ସ୍କୁଟିରେ ଭୁବନେଶ୍ୱର ରୁ ପୁରୀ ଯାଉଥିଲେ।ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଆଉ ଏକ ସ୍କୁଟି ସାଇଡ୍‌ ମାରିବାରୁ ୩ ଯୁବତୀ ତଳେ ପଡ଼ି ଯାଇଥିଲେ। ସେହି ସମୟରେ ଯାଉଥିବା ଏକ ବସ୍‌ର ପଛ ଚକା ଚଢ଼ିଯାଇଥିଲା।

ଘଟଣା ପରେ ତୁରନ୍ତ ସ୍ଥାନୀୟ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ଦୁର୍ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକମାନେ ସମ୍ପର୍କରେ ୩ ଭଉଣୀ ବୋଲି ଜଣାପଡ଼ିଛି। ୨ ଜଣଙ୍କ ଘର କେନ୍ଦ୍ରାପଡା। ପିପିଲି ଡାକ୍ତରଖାନାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

Leave A Reply

Your email address will not be published.