ଓଡ଼ିଆ ନ୍ୟୁଜ୍: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା।୪ ଅଭିଯୁକ୍ତଙ୍କୁ ପୁଣି ୨ ଦିନିଆ ରିମାଣ୍ଡରେ ନେଲା ପୋଲିସ। ଅଭିଯୁକ୍ତ ଉମା, ଚିଣ୍ଟୁ, କୁରୁପତି ଓ ଯୋଗେନ୍ଦ୍ର ପୁଣି ରିମାଣ୍ଡରେ।ସମସ୍ତ ଅଭିଯୁକ୍ତଙ୍କୁ ମୁହାଁମୁହିଁ ଜେରା କରିବ ପୋଲିସ। ୨ ଦିନିଆ ରିମାଣ୍ଡରେ ଗଲେ ୪ ଅଭିଯୁକ୍ତ । ସମସ୍ତ ଅଭିଯୁକ୍ତଙ୍କୁ ମୁହାଁମୁହିଁ ଜେରା କରି ପୁଲିସ ସତ ଉଗାରିବ। ଏହା ପୂର୍ବରୁ ୫ଜଣ ସାକ୍ଷୀ ଦୁଇଟି ପର୍ଯ୍ୟାୟରେ ମୋଟ ୮ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ଟିଆଇ ପରେଡ଼ ପ୍ରକ୍ରିୟା ହୋଇଥିଲା। ଗୁରୁବାର ଟିଆଇ ପରେଡ ରିପୋର୍ଟ ଆସିଥିଲା। ସାକ୍ଷୀମାନେ ୮ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ କେବଳ ସୁଟର କୁରୂପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନକୁ ଚିହ୍ନଟ କରିଥିଲେ।
ଏହି ଟିଆଇ ପରେଡ ରିପୋର୍ଟ ଏସଡିଜେଏମଙ୍କ କୋର୍ଟରେ ଦାଖଲ କରାଯାଇଛି।ବ୍ରହ୍ମପୁର ଜେଲରେ ପ୍ରଥମ ପର୍ୟ୍ୟାୟରେ ୫ ଅଭିଯୁକ୍ତ ଯଥା ଶିଶୁପାଳ କୁମାର ପାଷ୍ଠାନ, ସୀମାଞ୍ଚଳ ନାୟକ, କୁନ୍ଦନ କୁମାର, ବିପିନ ସ୍ଵାଇଁ ଓ ଉମା ଶଙ୍କର ବିଶୋୟୀଙ୍କୁ ଚିହ୍ନଟ କରିବା ପାଇଁ ଦୁଇଜଣ ସାକ୍ଷୀଙ୍କୁ ଟିଆଇ ପରେଡରେ ସାମିଲ କରାଯାଇଥିଲା । ସେହିପରି ଦ୍ଵିତୀୟ ପର୍ୟ୍ୟାୟରେ କୁରୁପତି ଭୂୟାଁ, ଚିଣ୍ଟୁ ପ୍ରଧାନ ଓ ଯୋଗେନ୍ଦ୍ର ରାଉତ ଓରଫ ଯୋଗୀଙ୍କ ଟିଆଇ ପରେଡ ହୋଇଥିଲା ।