ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ଲଢ଼ିବେ ୪୪ ଓକିଲ

0

ଓଡ଼ିଆ ନ୍ୟୁଜ୍: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ଗିରଫ BJD ନେତା ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ଲଢ଼ିବେ ୪୪ ଓକିଲ । ଏନେଇ କୋର୍ଟରେ ୱକାଲାତନାମା ଦାଖଲ କଲେ ୪୪ ଓକିଲ । ବିକ୍ରମଙ୍କ ସହ ମଳୟ ବିଷୋୟୀ ଓ ମଦନ ଦଳେଇଙ୍କ ପାଇଁ ବି ଲଢ଼ିବେ । ଆଜି କୋର୍ଟରେ ଜାମିନ ପାଇଁ କରାଯିବ ଆବେଦନ । ବ୍ରହ୍ମପୁରର ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣାର ଉନ୍ମୋଚନ ପରେ ଓଡ଼ିଶା ରାଜନୀତିରେ ବଢ଼ୁଥିବା କଳୁଷିତ ଏ ଅଧ୍ୟାୟ ରାଜନେତାଙ୍କ ନିଦ ହଜାଇଦେଇଛି ।

ରାଜନୈତିକ ପ୍ରତିଦ୍ବନ୍ଦୀଙ୍କୁ ହଟାଇବାକୁ ବିହାର, ୟୁପି ଭଳି ଓଡ଼ିଶା ନେତା ମଧ୍ୟ ସୁପାରିକିଲରଙ୍କ ସହାୟତା ନେଲେଣି ଏକଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ଗିରଫଦାରି ପରେ ସ୍ପଷ୍ଟ ।ଫିଲ୍ମର କାହାଣୀ ଭଳି ଲାଗୁଥିଲେ ହେଁ ଲକ୍ଷଲକ୍ଷ ଟଙ୍କାର ସୁପାରି ଦେଇ ବାଟରୁ ହଟାଇବାକୁ ବିକ୍ରମ ଯେଭଳି ଷଡ୍‌ଯନ୍ତ୍ର କଲେ, ତାହା ଅନ୍ୟ ନେତାଙ୍କ ମୁଣ୍ଡକୁ ଗୋଳମାଳ କରିଦେଲାଣି । ଓଡ଼ିଶା ରାଜନୀତିର ଏହି ଅଲୋଡା ଟ୍ରେଣ୍ଡକୁ ନେଇ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ବି ହତବାକ୍ । ଅନ୍ୟପଟେ ଆତ୍ମସମର୍ପଣ କରିଥିବା ସୁଦର୍ଶନ ଜେନାଙ୍କୁ ଛାଡ଼ିଲା ପୋଲିସ ।

Leave A Reply

Your email address will not be published.