ଓଡ଼ିଆ ନ୍ୟୁଜ୍: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପ୍ରାୟ ୫୦ ଜଣଙ୍କୁ ଜେରା।ଅଦ୍ୟାବିଧି ୫୦ ଜଣଙ୍କୁ ଜେରା କରାଯାଇଥିବା ବ୍ରହ୍ମପୁର ଏସ୍ପିଙ୍କ ସୂଚନା। ସନ୍ଦେହରେ ୫ରୁ ୬ ଜଣଙ୍କୁ ପଚରାଉଚରା କରୁଛୁ।ଏଥିସହ ପ୍ରତ୍ୟକ୍ଷଦର୍ଶୀ, ସହକର୍ମୀଙ୍କୁ ମିଶାଇ ଏଯାବତ୍ ୫୦ ଜଣଙ୍କୁ ଜେରା। ଗୁଳିକୁ ବାଲିଷ୍ଟିକ ଏକ୍ସପର୍ଟଙ୍କ ନିକଟକୁ ପଠାଯାଇଛି।’ପୋଷ୍ଟମର୍ଟମ୍ ରିପୋର୍ଟ ଖୁବଶୀଘ୍ର ଆସିବ, ଅଧିକ ତଥ୍ୟ ଜଣାପଡ଼ିବ’। ‘ସିସିଟିଭି ଦ୍ୱାରା ବହୁତ ସୁରାକ୍ ଆମକୁ ମିଳିଛି’।
ଘଟଣା ଦିନ ପୀତବାସଙ୍କ ଗତିବିଧିରୁ ସିସିଟିଭିରୁ ଜାଣିପାରିଛୁ’। ‘ଅଫିସରୁ କେଉଁ ସମୟରେ ବାହାରିଲେ, କେଉଁ ରାସ୍ତାରେ ଗଲେ ଜାଣିପାରିଛୁ’। ‘ସେହି ସମୟରେ ରାସ୍ତାରେ ଥିବା କିଛି ଲୋକଙ୍କୁ ଆମେ ସନ୍ଦେହ କରିଛୁ’।’କାହିଁକି ସେମାନେ ସେଠି ଥିଲେ, କ’ଣ କରୁଥିଲେ ପଚରାଉଚରା କରୁଛୁ’।’ଦାମୀ ଗାଡ଼ିକୁ ନେଇ ସନ୍ଦେହ ହେବାରୁ ଡାକି ପଚରାଉଚରା କରୁଛୁ’।