ଓଡ଼ିଆ ନ୍ୟୁଜ୍: ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ।ଅଜିତ ପାୱାରଙ୍କ ଦେହାନ୍ତ ନେଇ ଖବର ସରବରାହ ସଂସ୍ଥା PTI ସୂତ୍ରରୁ ସୂଚନା। ଅଜିତ ପାୱାରଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଥିବା PTI ସୂତ୍ରରୁ ସୂଚନା। ମୁମ୍ବାଇରୁ ବାରାମତୀ ଯିବାବେଳେ ୮ଟା ୪୫ ମିନିଟ୍ରେ ଦୁର୍ଘଟଣା। ବାରାମତୀରେ ଅବତରଣ ବେଳେ କ୍ରାସ୍ ହୋଇଥିଲା ବିମାନ। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବାରାମତୀ ବିମାନବନ୍ଦରରେ ଅବତରଣ କରିବା ସମୟରେ ଏକ ଗୁରୁତର ଦୁର୍ଘଟଣାର ସମ୍ମୁଖୀନ ହୋଇଛି ଅଜିତ ପାୱାରଙ୍କ ବିମାନ। ଏହି ଗୁରୁତର ଦୁର୍ଘଟଣାରେ ଅଜିତ ପାୱାର ଗୁରୁତର ଆହତ ହୋଇଥିଲେ । ତେବେ ତାଙ୍କର ମତ୍ୟୁ ହୋଇଛି । ପାଓ୍ୱାରଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି ।
ଅଜିତ ପାଓ୍ୱାର, ଦୁଇ ଜଣ ପିଏସ୍ଓ, ୨ ଜଣ କ୍ରିୟୁ ସଦସ୍ୟ ଥିଲେ। ସେମାନଙ୍କର ବି ମୃତ୍ୟୁ ହୋଇଛି । ସେପଟେ ଏହି ଘଟଣା ସମଗ୍ର ମହାରାଷ୍ଟ୍ରକୁ ଦୋହଲାଇ ଦେଇଛି । ରାଜନୈତିକ ମହଲରେ ଏକ ବିରାଟ ହଇଚଇ ସୃଷ୍ଟି କରିଛି।ପ୍ରାପ୍ତ ସୂଚନା ଅନୁଯାୟୀ, ଅଜିତ ପାୱାର ଆଜି ସକାଳେ ଏକ ସ୍ୱତନ୍ତ୍ର ବିମାନରେ ମୁମ୍ବାଇରୁ ବାରାମତୀ ଯାଉଥିଲେ । ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ବାରାମତୀରେ ପ୍ରଚାର ସଭା ଆୟୋଜନ କରାଯାଇଥିଲା । କିନ୍ତୁ, ବାରାମତୀ ବିମାନବନ୍ଦରର ରନୱେରେ ବିମାନଟି ଅବତରଣ କରୁଥିବା ସମୟରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଦେଖାଦେଲା।