ପ୍ରକାଶ ପାଇଲ ଯୁକ୍ତ ୨ ପରୀକ୍ଷା ଫଳ

0

ଓଡ଼ିଆ ନ୍ୟୁଜ୍: ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏକ ସଙ୍ଗେ କଳା, ବିଜ୍ଞାନ, ବାଣିଜ୍ୟ   ଓ ଧନ୍ଦାମୂଳକ ଶିକ୍ଷାର ଫଳାଫଳ ବାହାରିଛି। ମୋଟ୍  ୩ ଲକ୍ଷ ୯୩ ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩ ଲକ୍ଷ ୧୬ ହଜାର ୭୮୭ ଜଣ ଯୁକ୍ତ ୨ ପରୀକ୍ଷାରେ କୃତକାର୍ଯ୍ୟ କରିଛନ୍ତି। ପାସ୍ ହାର ୮୨.୭୭ ପ୍ରତିଶତ ରହିଛି। ଏଥର ବି ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି। ଏଥିରୁ ୧,୪୨,୫୧୨ ଛାତ୍ର ଏବଂ ୧,୭୪, ୨୫୧ ଜଣ ଛାତ୍ରୀ ପାସ୍ କରିଛନ୍ତି।

ଝିଅଙ୍କ ପାସ ହାର ୮୭.୨୪ ପ୍ରତିଶତ ରହିଥିବା ବେଳେ ପୁଅଙ୍କ ପାସ ହାର ୭୭.୮୮ ପ୍ରତିଶତ ରହିଛି। କଳାରେ ୮୦.୫୧ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବିଜ୍ଞାନରେ ୮୭.୪୯ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ବାଣିଜ୍ୟରେ ୮୩.୨ ପ୍ରତିଶତ ଏବଂ ଧନ୍ଦାମୂଳକରେ ୬୦ ପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ଯ୍ୟ କରିଛନ୍ତି।

Leave A Reply

Your email address will not be published.