ଓଡ଼ିଆ ନ୍ୟୁଜ୍: ଚାଷୀଙ୍କ ପାଇଁ ଖୁସି ଖବର । ଆସନ୍ତା ଅଗଷ୍ଟ ୨ରେ ଚାଷୀଙ୍କ ଖାତାକୁ ଆସିବ ପିଏମ୍ କିଷାନ ଟଙ୍କା । ୯ କୋଟି ୭୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଆସିବ ୨୦ ହଜାର ୫ ଶହ କୋଟି ।ବାରଣାସୀରୁ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡିବିଟି ଜରିଆରେ ପ୍ରତି ଚାଷୀଙ୍କ ଖାତାକୁ ଆସିବ ୨ ହଜାର ଟଙ୍କା । ପିଏମ୍ କିଷାନ ଚାଷୀଙ୍କ ଆୟକୁ ବଢାଇବା ପାଇଁ ସରକାର ଅନେକ ପ୍ରକାର ଯୋଜନା ଆରମ୍ଭ କରିଛନ୍ତି ।
ଆଉ ଏଥିମଧ୍ୟରୁ ଗୋଟିଏ ହେଉଛି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା । ଏହି ଯୋଜନା ଅଧୀନରେ ସରକାର ବାର୍ଷିକ ୬ ହଜାର ଟଙ୍କା ଅର୍ଥାତ ୨ ହଜାର ଟଙ୍କାର ୩ଟି କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଉଛନ୍ତି ।ପ୍ରତି ଚାରି ମାସ ବ୍ୟବଧାନରେ ଚାଷୀଙ୍କ ଖାତାକୁ ୨ହଜାର ଲେଖାଏଁ ଟଙ୍କା ପଠାଉଛନ୍ତି ମୋଦି । ଏବେ ପର୍ଯ୍ୟନ୍ତ ଚାଷୀଙ୍କ ଖାତାରେ ୧୯ଟି କିସ୍ତି ପଠାଯାଇସାରିଲାଣି । ଏହି କିସ୍ତି ଟଙ୍କା ଖରିଫ ଋତୁ ମାଧ୍ୟମରେ ଆସୁଛି । ଯାହା କୃଷକମାନଙ୍କୁ ସାର, ବିଷ ଓ ଅନ୍ୟାନ୍ୟ କୃଷି ଉପକରଣ କ୍ରୟ କରିବାରେ ସହାୟତା କରୁଛି ।