ଓଡ଼ିଆ ନ୍ୟୁଜ୍: ଆଜି ପୁଣିଥରେ ମଧ୍ୟପ୍ରଦେଶ ଭୋପାଳ ମାଟିରୁ ସୀମାପାର ଆତଙ୍କବାଦକୁ ନେଇ ପାକିସ୍ତାନ ଉପରେ ପ୍ରବଳ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ‘ପହଲଗାମ ଆକ୍ରମଣ ଜରିଆରେ ଭାରତର ନାରୀ ଶକ୍ତିକୁ ଚ୍ୟାଲେଞ୍ଜ ଦେଇଥିଲେ ଆତଙ୍କବାଦୀ’। ଯାହା ପରବର୍ତ୍ତୀ ସମୟରେ ଅପରେସନ ସିନ୍ଦୂର ରୂପରେ ସେମାନଙ୍କ ପାଇଁ ମୃତ୍ୟୁର ଘଣ୍ଟି ପାଲଟିଥିଲା ବୋଲି ମୋଦୀ କହିଛନ୍ତି । ପୁଣି ପାକିସ୍ତାନ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ, ମଧ୍ୟପ୍ରଦେଶ ଭୋପାଳରୁ ଦେଲେ କଡ଼ା ବାର୍ତ୍ତା ।
‘ପହଲଗାମ୍ ଆକ୍ରମଣ ଜରିଆରେ ଭାରତର ନାରୀଶକ୍ତିକୁ ଚ୍ୟାଲେଞ୍ଜ ଦେଇଥିଲେ ଆତଙ୍କବାଦୀ’ । ‘ଯାହା ଆତଙ୍କୀ ଓ ସେମାନଙ୍କ ସମର୍ଥକଙ୍କ ପାଇଁ ମୃତ୍ୟୁ ଘଣ୍ଟି ପାଲଟିଗଲା’ । ଭୋପାଳରେ ଦେବୀ ଅହଲ୍ୟାବାଈ ହୋଲକରଙ୍କ ୩୦୦ତମ ଜନ୍ମବାର୍ଷିକୀ କାର୍ଯ୍ୟକ୍ରମରେ ସାମିଲ ହୋଇ ପାକିସ୍ତାନ ଉପରେ ପ୍ରବଳ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ‘ପହଲଗାମରେରେ ଆତଙ୍କବାଦୀମାନେ କେବଳ ଭାରତୀୟଙ୍କ ରକ୍ତ ବୁହାଇ ନାହାନ୍ତି, ସେମାନେ ଆମ ସଂସ୍କୃତି ଉପରେ ମଧ୍ୟ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ’।
ସିନ୍ଦୂର ହେଉଛି ଆମର ପରମ୍ପରା, ମହିଳା ଶକ୍ତିର ପ୍ରତୀକ । ପ୍ରଭୁ ହନୁମାନ ମଧ୍ୟ ନିଜକୁ ସିନ୍ଦୂରରେ ସଜ୍ଜିତ କରିଥିଲେ । ସିନ୍ଦୂର ସାହସିକତାର ଏକ ପ୍ରତୀକ । ତେଣୁ ପହଲଗାମରେ ଆତଙ୍କବାଦୀମାନେ କରିଥିବା ଆକ୍ରମଣର ପ୍ରତିଶୋଧ ନେବାପାଇଁ ଆମେ ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।