ଓଡ଼ିଆ ନ୍ୟୁଜ୍: ଅପରେସନ ସିନ୍ଦୂର’ ବିତର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ। ‘ସଂସଦ ହେଉଛି ଭାରତର ଗୌରବ ଗାନ କରିବାର କ୍ଷେତ୍ର’। ମୁଁ ଆଜି ଭାରତର ପକ୍ଷ ରକ୍ଷା କରିବା ପାଇଁ ଛିଡ଼ା ହୋଇଛି। ଯେଉଁମାନଙ୍କୁ ଭାରତର ପକ୍ଷ ଦଶୁନି, ଆଇନା ଦେଖାଇବି। ୧୪୦ କୋଟି ଦେଶବାସୀଙ୍କ ଭାବନା ସହ ସ୍ବର ମିଳାଇବାକୁ ଛିଡ଼ା ହୋଇଛି। ‘ଏପ୍ରିଲ ୨୨ରେ ପହେଲଗାମରେ ଆତଙ୍କୀ ଧର୍ମ ପଚାରି ପର୍ଯ୍ୟଟକଙ୍କୁ ମାରିଲେ।
ଏହା ନିଷ୍ଠୁରତାର ଚରମ କାର୍ଯ୍ୟ ଥିଲା ବୋଲି କହିଲେ ପ୍ରଧାନମନ୍ତ୍ରୀ ମୋଦି। ‘ଆମର ସଂକଳ୍ପ ଥିଲା ଆତଙ୍କୀଙ୍କୁ ମାଟିରେ ମିଶାଇବୁ। କଳ୍ପନା ଠାରୁ ଅଧିକା ସଜା ଦେବୁ, ତାହା କରି ଦେଖାଇଲୁ। ୬ ମଇ ରାତିରେ ୨୨ ମିନିଟ୍ରେ ୨୨ ଏପ୍ରିଲର ଜବାବ ଦେଲୁ। ‘ପୂର୍ବରୁ ଅନେକ ଥର ପାକିସ୍ତାନ ସହ ମୁକାବିଲା ହୋଇଛି’।