ମନ୍‌ କି ବାତ୍‌ରେ ସୁଜାତାଙ୍କୁ ପ୍ରଶଂସା

0

ଓଡ଼ିଆ ନ୍ୟୁଜ୍: ମନ୍‌ କି ବାତ୍‌ରେ ସମ୍ବଲପୁରର ସୁଜାତା ଭୂୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ।ହୀରାକୁଦ ଡ୍ୟାମରେ ମାଛ ଚାଷରେ ସଫଳତା ପାଇଥିବାରୁ ସୁଜାତାଙ୍କୁ ପ୍ରଶଂସା।

ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ରେ ସମ୍ବଲପୁରର ସଫଳ ମହିଳା ମତ୍ସ୍ୟଚାଷୀ । ହାଣ୍ଡିଶାଳରୁ ଦୁନିଆ ଜିତିବାର ସ୍ବପ୍ନକୁ ଏବେ ସାକାର କରିଛନ୍ତି । ସମ୍ବଲପୁର ମୋଦିପଡା ଏଲଆଇସି କଲୋନୀର ସିକନ୍ଦର ଭୂୟାଁଙ୍କ ସ୍ତ୍ରୀ ସୁଜାତା ଭୂୟାଁ ଗୃହିଣୀ ହୋଇଥିବା ବେଳେ ଏବେ ହୀରାକୁଦର ନୀଳ ଜଳରାଶିରେ ମାଛ ଚାଷ କରି ସଫଳ ହୋଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ହୀରାକୁଦ ଜଳଭଣ୍ଡାରରେ କେଜ୍ କଲଚର ମାଧ୍ୟମରେ ମାଛ ଚାଷ କରିଥିବା ବେଳେ ସେ ୧୫ ଜଣଙ୍କୁ ରୋଜଗାର ମଧ୍ୟ ଦେଇଛନ୍ତି । ୩ଟି କେଜ୍ ବା ଯନ୍ତାରେ ସେ ୫୪ ଲକ୍ଷ ଟଙ୍କା ନିବେଶ କରିବା ସହ ବର୍ଷକୁ ଗୋଟିଏ ଯନ୍ତାରେ ୨୫ ଟନ୍ ମାଛ ଉତ୍ପାଦନ କରିପାରୁଛନ୍ତି । ତାଙ୍କ ଯନ୍ତାରୁ ବାହାରୁଥିବା ମାଛ ସବୁ ରାୟପୁର, ବିଜୟଓ୍ବାଡା ଓ କଲିକତା ସମେତ ବିଭିନ୍ନ ରାଜ୍ୟକୁ ରପ୍ତାନୀ ହେଉଛି ।

Leave A Reply

Your email address will not be published.