ଦୋଷୀ ଯିଏ ତାକୁ ଶକ୍ତ ଦଣ୍ଡ ଦିଆଯିବ,ସବୁ ପ୍ରକାର ଯାଞ୍ଚର ନିର୍ଦ୍ଦେଶ ଦିଆଯାଇ: ଘଟଣା ସ୍ଥଳ ପରିଦର୍ଶନ କରି ସୂଚନା ଦେଲେ ମୋଦି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଅତ୍ୟନ୍ତ କଷ୍ଟ ଦାୟକ ଏବଂ ମନକୁ ବିଚଳିତ କଲାଭଲି ଘଟଣା। ବାହାନଗା ରେଳ ଦୁର୍ଘଟଣା ସ୍ଥଳ ବୁଲି ଦେଖିବା ସହ ଓ ଆହତଙ୍କୁ ଭେଟିବା ପରେ ଏହି ପ୍ରତିକ୍ରିୟା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ଘଟଣା ଅତ୍ୟନ୍ତ ଗମ୍ଭୀର। ସବୁ ପ୍ରକାର ଯାଞ୍ଚର ନିର୍ଦ୍ଦେଶ ଦିଆଯାଇଛି। ଦୋଷୀ ଯିଏ ତାକୁ ଶକ୍ତ ଦଣ୍ଡ ଦିଆଯିବ, ଛଡାଯିବ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ବିପଦ ସମୟରେ ଓଡ଼ିଶା ସରକାର, ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟକୁ ନେଇ ଧନ୍ୟବାଦ ଦେଇଛନ୍ତି। ଏହାସହ ଉଦ୍ଧାର କାର୍ଯ୍ୟ ହେଉ କି ରକ୍ତଦାନ କାର୍ଯ୍ୟ ସ୍ଥାନୀୟ ଲୋକ ଏବଂ ଯବୁ ପିଢ଼ିଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ନରେନ୍ଦ୍ର ମୋଦି। ପ୍ରଥମେ ଦୁର୍ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଥିଲେ । ପରେ ବାଲେଶ୍ୱର ମେଡିକାଲ ଯାଇ ଆହତଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ବଚାରି ବୁଝିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଓଡ଼ିଶା ସରକାର ପାଖରେ ଯେତିକି ବ୍ୟବସ୍ଥା ଥିଲା, ତାହାରି ମାଧ୍ୟମରେ ଉଦ୍ଧାର କାର୍ଯ୍ୟ କରିଛନ୍ତି। ପ୍ରଶାସନିକ ଅଧିକାରୀଙ୍କ ସହିତ କଥା ହୋଇଛି। ସେମାନେ ସଂକଟ ସମୟରେ ବହୁ ପରିଶ୍ରମ କରି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ସଂକଟ ସମୟରେ ସାଧାରଣ ଜନତା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଯୁବବର୍ଗ ରାତିସାରା କାମ କରିଥିଲେ। ଏଠାକାର ନାଗରିକ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଛନ୍ତି। ସାଧାରଣ ଜନତା ଡାକ୍ତରଖାନାକୁ ଯାଇ ଆହତମାନଙ୍କ ପାଇଁ ରକ୍ତଦାନ କରିଛନ୍ତି। ରେଳବାଇ ନିଜର ପୂରା ଶକ୍ତି ଲଗାଇଛି। ଯାତାୟତ କାମ ଶୀଘ୍ର କରାଯିବା ପାଇଁ ପଦକ୍ଷେପ ନେଇଛି। ପୂରା ଘଟଣାସ୍ଥଳ ବୁଲିଛି। ହସ୍ପିଟାଲରେ ଆାହତଙ୍କୁ ଭେଟିଛି। ଘଟଣା ସଂପର୍କରେ କହିବାକୁ ମୋ ପାଖରେ ଶବ୍ଦ ନାହିଁ। ପରମାତ୍ମା ସମସ୍ତଙ୍କୁ ଶକ୍ତି ଦିଅନ୍ତୁ। ଆମେ ସମସ୍ତେ ପ୍ରାଥର୍ନା କରିବା, ଦୁର୍ଘଟଣାଗ୍ରସ୍ତ ଲୋକେ ଶୀଘ୍ର ସୁସ୍ଥ ‌ହୁଅନ୍ତୁ।

Leave A Reply

Your email address will not be published.