ଓଡ଼ିଆ ନ୍ୟୁଜ୍: ଛାନିଆ ହେଲା ପାକିସ୍ତାନ, ଆଉ ଚଳିବନି ଆମେରିକାର ଦାଦାଗିରି। ଏବେ ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ମୋଦି, ଜିନପିଙ୍ଗ ଓ ପୁଟିନଙ୍କ ବନ୍ଧୁତା।ମୁହଁ ଫୁଲାଇ ଛିଡ଼ା ହୋଇଥିଲେ ଶେହବାଜ୍, ଅଣଦେଖା କରି ଚାଲିଗଲେ ମୋଦୀ-ପୁଟିନ୍। ସୋମବାର ଚୀନ୍ରେ ଚାଲିଥିବା ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀ ସମୟରେ ଏହି ମଜାଦାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଅନ୍ୟ ସଦସ୍ୟ ଦେଶର ମୁଖ୍ୟମାନେ ଏକ ଗ୍ରୁପ୍ ଫଟୋ ପାଇଁ ମଞ୍ଚ ଉପରେ ଏକାଠି ଠିଆ ହୋଇଥିଲେ, ସେତେବେଳେ ସମଗ୍ର ବିଶ୍ୱର ନଜର ଏହି ଦୃଶ୍ୟ ଉପରେ ଅଟକି ହୋଇଯାଇଥିଲା।
ଏହି ସମୟରେ, ପୁଟିନ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ଥିବା ବନ୍ଧୁତା କେତେ ନିବିଡ଼ ତାହା ଦେଖିବାକୁ ମିଳିଥିଲା।ଉଭୟ ନେତା ପରସ୍ପରକୁ ହସି ସ୍ୱାଗତ କରିଥିଲେ ଏବଂ ଏକାଠି ଆଗକୁ ବଢ଼ିଥିଲେ। ଏହି ସମୟରେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପାଖରେ ଠିଆ ହୋଇଥିବା ଦେଖାଯାଇଥିଲା। କିନ୍ତୁ କେହି ତାଙ୍କ ପ୍ରତି ବିଶେଷ ଧ୍ୟାନ ଦେଇ ନଥିଲେ।