ଆଜି ସାରା ଦେଶରେ ରବିଦାସ ଜୟନ୍ତୀ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋଲ ବାଗରେ ଶ୍ରୀ ଗୁରୁ ରବିଦାସ ବିଷ୍ଣୁ ଧାମ ମନ୍ଦିରରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସାନ୍ତା ରବିଦାସ ଜାତିଆଣ ତଥା ଅସ୍ପୃଶ୍ୟତା ଭଳି ମନ୍ଦତାକୁ ଦୂର କରିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ମୋର ସରକାର ପ୍ରତ୍ୟେକ ପଦକ୍ଷେପ ଏବଂ ଯୋଜନାରେ ଗୁରୁ ରବିଦାସଙ୍କ ଭାବନାକୁ ଅନୁକରଣ କରିଛି।
କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଆଜି ବାରାଣାସୀର ସନ୍ଥ ରବିଦାସ ମନ୍ଦିର ପରିଦର୍ଶନ କରିବେ ଏହା ସହ ରାହୁଲ ଏବଂ ପ୍ରିୟଙ୍କା ସିରି ଗୋବର୍ଦ୍ଧନପୁରରେ ପୂଜାଚର୍ଚ୍ଚନା କରିବେ ବୋଲି ଜଣାପଡିଛି।
ସୂଚନା ଥାଉକି, ବାରାଣାସୀ ନିକଟ ସେର ଗୋବର୍ଦ୍ଧନ ଗ୍ରାମରେ ମାଘ ପୁର୍ନିମାରେ ସନ୍ଥ ରବିଦାସ୍ ଜନ୍ମଗ୍ରହଣ କରିଥିଲେ। ସନ୍ଥ ରବିଦାସ ୧୫ ରୁ ୧୬ ତମ ଶତାବ୍ଦୀ ପର୍ଯ୍ୟନ୍ତ ଭକ୍ତି ଆନ୍ଦୋଳନ ସହିତ ଜଡିତ ଥିଲେ। ତାଙ୍କର ଭଜନ ଗୁରୁ ଗ୍ରନ୍ଥ ସାହିବରେ ଅନ୍ତର୍ଭୁକ୍ତ ଅଛି।