ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସଦର ଯଶପଡା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ। ସରପଞ୍ଚ ପ୍ରାର୍ଥୀନୀ ନମିତା ବେହେରାଙ୍କ ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।ନମିତାଙ୍କର କିପରି ମୃତୁ ଘଟିଲା ତାହାର କାରଣ ଜଣା ପଡ଼ିନାହିଁ।ତେବେ ଯଶପଡା ପଂଚୟତ ରେ ସରପଞ୍ଚ ପଦ ଲାଗି ମତଦାନ ବନ୍ଦ ରଖାଯାଇଛି।କିନ୍ତୁ ଅନ୍ୟ ପଦ ପାଇଁ ନିର୍ବାଚନ ଜାରି ରହିଛି।
ନମିତାଙ୍କ ଚିହ୍ନ ମାଛ ଚିହ୍ନ ଥିଲା। ଜିଲ୍ଲା ନିର୍ବାଚନ ଅଧିକାରୀ ଏ ସମ୍ପର୍କରେ ଜଣାଇବା ପରେ ସରପଞ୍ଚ ପଦ ପାଇଁ ମତଦାନ ବନ୍ଦ ରଖିଛନ୍ତି ପ୍ରିଜାଇଡିଂ ଅଫିସର। ତେବେ ନିର୍ବାଚନ କେବେ ହେବ ସେନେଇ ନିର୍ବାଚନ କମିଶନ ନିଷ୍ପତ୍ତି ନେବେ ବୋଲି ପ୍ରିଜାଇଡିଂ ଅଫିସର କହିଛନ୍ତି।