ଭିଜିଲାନ୍ସ ଜାଲରେ ପୋଲିସ ASI ଓ ହୋମ୍‌ଗାର୍ଡ

0

ଓଡ଼ିଆ ନ୍ୟୁଜ୍: ଭିଜିଲାନ୍ସ ଜାଲରେ ପୋଲିସ ASI ଓ ହୋମ୍‌ଗାର୍ଡ । ବାଙ୍କୋଇ ଫାଣ୍ଡି ASI ତୁଷାର ନାୟକ ଓ ହୋମ୍‌ଗାର୍ଡ ପି.କେ ସୁନ୍ଦରାୟ । ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ । କେସ୍ ଡାଏରୀରୁ ନାଁ ହଟାଇବାକୁ ଲାଞ୍ଚ ନେବାବେଳେ ଧରାପଡ଼ିଲେ । ଉଲ୍ଲେଖନୀୟ ସେବା ପାଇଁ ସମ୍ବର୍ଦ୍ଧିତ ହୋଇଥିଲେ ତୁଷାର । ଉଭୟଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି ।

ଏକ କେସ ଡାଏରୀରୁ ନାଁ ହଟାଇବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ASI ତୁଷାର ଏବଂ ହୋମଗାର୍ଡ ପିକେ ସୁନ୍ଦରାୟ । ଶୁକ୍ରବାର ରାତି ପ୍ରାୟ ସାଢେ ୧୧ଟା ସମୟରେ ଥାନାରେ ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଛକି ରହିଥିଲା ଭିଜିଲାନ୍ସ ଟିମ୍‌। ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ଅତର୍କିତ ଚଢାଉ କରିଥିଲା।

Leave A Reply

Your email address will not be published.