ପୋଲିସ SI ପରୀକ୍ଷା କେଁ, ଲୁକ୍‌ ଆଉଟ୍‌ ସର୍କୁଲାର

0

ଓଡ଼ିଆ ନ୍ୟୁଜ୍:ପୋଲିସ SI ପରୀକ୍ଷା ମହାଘୋଟାଲା, ଜାରି ହେଲା ଲୁକ୍‌ଆଉଟ୍‌ ସର୍କୁଲାର। ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ୍ ଆଉଟ ସର୍କୁଲାର ଜାରି। ଲୁକ୍ ଆଉଟ୍‌ ସର୍କୁଲାର ଜାରି ହେବା ସହ ଆକାଉଣ୍ଟ ଫ୍ରିଜ୍‌ କଲା କ୍ରାଇମବ୍ରାଞ୍ଚ।ଶଙ୍କର ପୃଷ୍ଟି, ମୁନ୍ନା ମହାନ୍ତିଙ୍କ ସମେତ ୧୦ ଜଣଙ୍କ ଆକାଉଣ୍ଟ ଫ୍ରିଜ୍‌।୪ ଟି ସ୍ପେଶାଲ ଟିମ୍‌ ପକ୍ଷରୁ ଝାଡ଼ଖଣ୍ଡ ଓ ବିହାରରେ ଚଢ଼ାଉ ଜାରି।

ସେହିପରି କ୍ରାଇମ୍‌ବ୍ରାଞ୍ଚ ୭ରୁ ୮ଜଣକ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ୍ ଜବତ୍ କରିଛି। ଦଲାଲ ମୁନା ମହାନ୍ତି ଓ ଶଙ୍କର ପୃଷ୍ଟି ସମେତ ଅନ୍ୟମାନଙ୍କ ବ୍ୟାଙ୍କ ଆକାଉଣ୍ଟ୍ ଜବତ୍ କରାଯାଇଛି। ୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ ହୋଇଥିବା ନେଇ ତଦନ୍ତକାରୀ ଟିମ୍ ସୂଚନା ଦେଇଛି। କ୍ରାଇମ୍‌ବ୍ରାଞ୍ଚ ଏବେବି ୭ଟି ରାଜ୍ୟକୁ ଯାଇ ଖୋଳତାଡ ଜାରି ରଖିଛି। ଯେହେତୁ ଏହି ମାମଲା ପଛରେ ଅନ୍ତ ରକ୍ଷା ଲିଙ୍କ୍ ରହିଛି ତେଣୁ ରାଜ୍ୟ ବାହାରକୁ ଟିମ୍ ଯାଇ ଖୋଳତାଡ଼ କରୁଛି।

Leave A Reply

Your email address will not be published.