ଘରୁ ହରିଣ ଛାଲ ଓ ମୟୂର ପକ୍ଷୀ ମିଳିବା ଘଟଣା, ଅବସରପ୍ରାପ୍ତ ଫରେଷ୍ଟର ଗିରଫ

0

ଓଡ଼ିଆ ନ୍ୟୁଜ୍: ଦେବଗଡ଼ ବନଖଣ୍ଡର ଅବସରପ୍ରାପ୍ତ ଫରେଷ୍ଟର କିଶୋର ଚନ୍ଦ୍ର ପ୍ରଧାନ ଗିରଫ। ବାରକୋଟ ଥାନା ଅକ୍ଷରଶିଳା ଗାଁରୁ ଗିରଫ କଲା ବନ ବିଭାଗ।ଘରୁ ହରିଣ ଛାଲ ଓ ମୟୂର ପକ୍ଷୀ ମିଳିବାରୁ ଗିରଫ ସୂଚନା। ଚାକିରି ସମୟରେ ହରିଣ ଛାଲ, ମୟୂର ପକ୍ଷୀ ଘରକୁ ଆଣିଥିବା ସନ୍ଦେହ।

ବାରକୋଟ ଥାନା ଅନ୍ତର୍ଗତ ଅକ୍ଷରଶିଳା ଗ୍ରାମରୁ ଆଜି ଜଣେ ଅବସର ପ୍ରାପ୍ତବନପାଳଙ୍କ ଘରୁ ହରିଣ ଛାଲ ଓ ମୟୂର ପୁଚ୍ଛ ଜବତ କରିଛି ବନ ବିଭାଗ। ଗିରଫ ଅବସରପ୍ରାପ୍ତ ବନପାଳ ହେଲେ ସେହି ଗ୍ରାମର କିଶୋର ଚନ୍ଦ୍ର ପ୍ରଧାନ। ତାଙ୍କ ନିକଟରୁ ୧୭ଟି ମୟୂର ପୁଚ୍ଛ ଓ ହରିଣ ଛାଲ ଜବତ କରିଛି ବନ ବିଭାଗ। ଏଥିସହ ବନ୍ୟପ୍ରାଣୀ ସୁରକ୍ଷା ଆଇନ ବଳରେ ଅଭିଯୁକ୍ତକୁ ଗିରଫ କରିଛି ବନ ବିଭାଗ।ଡାକ୍ତରୀ ଯାଞ୍ଚ ପରେ ଅଭିଯୁକ୍ତ କିଶୋର ଚନ୍ଦ୍ର ପ୍ରଧାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.