ଓଡ଼ିଆ ନ୍ୟୁଜ୍: ଏସଆଇ ପରୀକ୍ଷା କେଳେଙ୍କାରୀ; ରତ୍ନପ୍ରଭାଙ୍କୁ ମଳିଲା ତଦନ୍ତ ଦାୟିତ୍ବ । କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀଙ୍କୁ ମିଳିଲା ତଦନ୍ତ ଦାୟିତ୍ବ । ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ସମସ୍ତ ମାମଲାର ତଦନ୍ତ କରିବେ ରତ୍ନପ୍ରଭା । ସୁପରଭାଇଜିଂ ଅଫିସର ଭାବେ କ୍ରାଇମବ୍ରାଞ୍ଚ ଏସପି ଅନୀଲ ବେଉରିଆଙ୍କୁ ଦାୟିତ୍ବ ।
ପୁଲିସ ଏସ୍ଆଇ ପରୀକ୍ଷା ମହାଦୁର୍ନୀତିର ଗୁମର ଖୋଲିବା ଆରମ୍ଭ କରିଛି। ଏହି କେଳେଙ୍କାରୀରେ ରାଜନେତାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ପୁଲିସ ଅଧିକାରୀଙ୍କ ସମ୍ପୃକ୍ତି ରହିଥିବା ସନ୍ଦେହ ବଢ଼ିଲାଣି । କେବଳ ସେତିକି ନୁହେଁ, ଯେଉଁ ସବୁ ସଂସ୍ଥାରେ ପୂର୍ବରୁ କଳାଦାଗ ଲାଗିଛି, ପ୍ରଶ୍ନପତ୍ର ପ୍ରସ୍ତୁତି ଓ ପରୀକ୍ଷା ପରିଚାଳନା ପାଇଁ ସେହି ସବୁ ସଂସ୍ଥାକୁ ଦାୟିତ୍ବ ନ୍ୟସ୍ତ କରାଯାଇଛି ।