ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜେଲରେ ସଜା କାଟୁଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମଆନ୍ ଖାନ୍ ଆଣିଛନ୍ତି ସାଂଘାତିକ ଅଭିଯୋଗ । ସେ କହିଛନ୍ତି, ‘ମୋତେ ଏଠାରୁ ବାହାରକୁ ବାହାର କର, ମୁଁ ଜେଲରେ ରହିବାକୁ ଚାହୁନାହିଁ ବୋଲି ନିଜ ଓକିଲଙ୍କୁ କହିଛନ୍ତି। ୫ ଅଗଷ୍ଟରେ ତୋଷଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ପାକିସ୍ତାନର ଅଟୋକ ଜେଲରେ ଅଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଏହା ସହ ଏକ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଲଗାଇଛନ୍ତି କୋର୍ଟ ।
ତେବେ ଇମ୍ରାନ ଖାନ ଏବେ ଜେଲରେ ଥିବାବେଳେ ତାଙ୍କୁ ‘ସି’ ଶ୍ରେଣୀର ସୁବିଧା ଯୋଗାଇ ଦିଆଯାଉଛି । ସାଧାରଣ କଏଦୀଙ୍କ ପରି ଜୀବନ କାଟୁଛନ୍ତି ଇମ୍ରାନ ଖାନ୍ । ତେବେ ରହିବା ଖାଇବା ଠାରୁ ତାଙ୍କୁ ବିଭିନ୍ନ ଅସୁବିଧା ସହ ଦିନରେ ମାଛି ଓ ରାତିରେ ମଶା ଯୋଗୁଁ ବହୁ ଅସୁବିଧାରେ ରହୁଥିବା ନିଜ ଓକିଲ ନଇମ ହାଇଦର ପଂଜୋଥାଙ୍କୁ କହିଥିବା ସୂଚନା ରହିଛି ।