ଭୁବନେଶ୍ୱର ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା: ଆସିଲା ପୋଷ୍ଟମର୍ଟମ ରିପୋର୍ଟ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଖୋଲୁଛି ଗୁମର । ଅଟକ ପୁରୁଷ ବନ୍ଧୁ ଚିତ୍ତରଞ୍ଜନ ଜେନାଙ୍କୁ ସାଙ୍ଗରେ ଧରି ସ୍ପଟ୍‌ ଭେରିଫିକେସନ୍‌ କରୁଛି ଖାରବେଳନଗର ଥାନା ପୋଲିସ । କଡ଼ା ସୁରକ୍ଷାରେ ପୋଲିସ ତାଙ୍କୁ ସାଙ୍ଗରେ ନେଇଛି । ଦୁଇ ଦିନ ହେବ ଚିତ୍ତରଞ୍ଜନଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ପୋଲିସ । ତାଙ୍କ ପାଖରୁ ଅନେକ ସୁରାକ ମିଳିଛି । ଅଧିକ ତଥ୍ୟ ହାସଲ ପାଇଁ ତାଙ୍କୁ ସାଙ୍ଗରେ ଧରି ସ୍ପଟ୍‌ ଭେରିଫିକେସନ୍‌ କରୁଛି ପୋଲିସ । ଏପଟେ ଶୁଭଶ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ବି ସାମନାକୁ ଆସିଛି । ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଛି । ଓଢଣୀ ଭଳି କୌଣସି ସୂକ୍ଷ୍ମ କପଡ଼ାରେ ଶ୍ୱାସ ରୁଦ୍ଧ ହୋଇଥିବା ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍‌ପିଟାଲ ନିର୍ଦ୍ଦେଶକ । ଝୁଲନ୍ତା ଅବସ୍ଥାରେ ମୃତ୍ୟୁ ହୋଇଥିବା ପୋର୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି ।

ପୋଷ୍ଟମର୍ଟମ ରିପୋର୍ଟ ପରେ ଶୁଭଶ୍ରୀ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି ସସପେନ୍ସ ବଢ଼ିଛି । ମୃତ୍ୟୁ ପୂର୍ବରୁ ଶୁଭଶ୍ରୀ କୌଣସି ବିଷାକ୍ତ ଖାଦ୍ୟ ଖାଇଥିଲେ କି ନାହିଁ ଯାଞ୍ଚ ପାଇଁ ରାଜ୍ୟ ଫରେନ୍‌ସିକ୍‌ ଲାବ୍‌କୁ ନମୁନା ପଠାଯାଇଛି । ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହରେ ତଦନ୍ତ ଚଳାଇଥିଲା ଖାରବେଳନଗର ଥାନା ପୋଲିସ । ଶୁଭଶ୍ରୀଙ୍କ ସିଡିଆର୍‌ ଅନୁଧ୍ୟାନ ପରେ ସାମନାକୁ ଆସିଥିଲା ଚାଞ୍ଚଲ୍ୟକର ତଥ୍ୟ । ମଙ୍ଗଳବାର ଦିନ ମୃତ୍ୟୁ ପୂର୍ବରୁ ଶେଷ ଥର ଫୋନରେ ଚିତ୍ତରଞ୍ଜନଙ୍କ ସହ କଥା ହୋଇଥିଲେ ଶୁଭଶ୍ରୀ । ସେଦିନ ସନ୍ଧ୍ୟା ସାଢ଼େ ୬ଟାରୁ ୬ଟା ୪୯ ମଧ୍ୟରେ ନୟାଗଡ଼ର ଯୁବକଙ୍କୁ ଶୁଭଶ୍ରୀ ବାରମ୍ବାର କଲ କରିଥିଲେ ।

Leave A Reply

Your email address will not be published.