ଓଡ଼ିଶାରେ ୨୦,୧୫୦ ଅଙ୍ଗନବାଡ଼ିର ନିଜସ୍ବ ଗୃହ ନାହିଁ: ପ୍ରଭାତୀ ପରିଡା

0

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ୨୦, ୧୫୦ ଅଙ୍ଗନବାଡ଼ି କେନ୍ଦ୍ରର ନାହିଁ ନିଜସ୍ୱ ଗୃହ’। ‘ରାଜ୍ୟରେ ମୋଟ୍ ୭୪, ୨୨୪ ଟି ଅଙ୍ଗନବାଡି କେନ୍ଦ୍ର ଅଛି’।’ଏବେ ୫୪, ୦୭୪ଟି ଅଙ୍ଗନବାଡି ନିଜସ୍ୱ ଗୃହରେ ଚାଲିଛି ‘।’୧୦, ୪୧୬ଟି ମିନି ଅଙ୍ଗନବାଡି କେନ୍ଦ୍ର ଅଙ୍ଗନବାଡି କେନ୍ଦ୍ରକୁ ପରିବର୍ତ୍ତନ’। ୪୫୭୪ଟି ଅଙ୍ଗନବାଡି କେନ୍ଦ୍ର ସ୍କୁଲ ଘରେ ଚାଲିଛି: ଉପମୁଖ୍ୟମନ୍ତ୍ରୀ। ‘୧୦,୪୬୯ ଟି ଅଙ୍ଗନବାଡି କେନ୍ଦ୍ର କମ୍ୟୁନିଟି ସେଣ୍ଟରରେ ଚାଲିଛି’। ‘ଆଜିବି ୩୮୯୦ଟି ଅଙ୍ଗନବାଡି କେନ୍ଦ୍ର ଭଡ଼ା ଘରେ ଚାଲିଛି’। ‘ଖୁବ୍‌ଶୀଘ୍ର ନିଜସ୍ୱ ଗୃହରେ ଚାଲିବ ରାଜ୍ୟର ସବୁ ଅଙ୍ଗନବାଡି କେନ୍ଦ୍ର’। ଜାଗା ନ ଥିଲେ ପଞ୍ଚାୟତିରାଜ ବିଭାଗ ସହଯୋଗରେ କିଣାଯିବ ଜାଗା’।ବିଜେଡି ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀଙ୍କ ଉତ୍ତର।

ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ରାଜ୍ୟରେ ଅଙ୍ଗନବାଡ଼ିଗୁଡ଼ିକର ଶତ ପ୍ରତିଶତ ନିଜସ୍ବ ଗୃହ କରାଯିବା ଲାଗି ସରକାର ପ୍ରଚେଷ୍ଟା ଚଳାଇଛନ୍ତି। ଯେଉଁ ୧୫ ଲକ୍ଷ ଟଙ୍କାରେ ଅଙ୍ଗନବାଡ଼ିଗୁଡ଼ିକର ଗୃହ ନିର୍ମାଣ ପାଇଁ ବ୍ୟବସ୍ଥା ରହିଥିଲା, ସେଥିରେ ନୂଆ ଅର୍ଥବ୍ୟବସ୍ଥା କରାଯାଇଛି। ୧୮-୦୨ -୨୦୨୫ରେ ମୁଖ୍ୟ ଶାସନ ସଚିବଙ୍କ ଦ୍ବାରା ଜାରି ପତ୍ର ଅନୁଯାୟୀ, ଏଥିଲାଗି ୩୨ ଲକ୍ଷ ଟଙ୍କାର ବ୍ୟବସ୍ଥା କରାଯାଇଛି। ଏଣୁ ଏନେଇ କେହି ବିଧାୟକ ଚିନ୍ତିତ ହେବାର ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି।

Leave A Reply

Your email address will not be published.