ଟେଲିଭିଜନ୍ ଏବଂ ଡିଜିଟାଲ୍ ମିଡିଆ ପ୍ରୋଜେକ୍ଟ ପାଇଁ ସୁଟିଂରେ ବ୍ୟସ୍ତ ଥିବା ଜାତୀୟ ପୁରସ୍କାର ବିଜେତା ଅଭିନେତ୍ରୀ ପ୍ରକୃତି ମିଶ୍ର କହିଛନ୍ତି ଯେ ସେ ଓଡିଆ ଚଳଚ୍ଚିତ୍ର ପ୍ରତି ଆଗ୍ରହୀ ନୁହଁନ୍ତି। ହେଲୋ ଆରସିରେ ଭିନ୍ନ ଭୂମିକା ପାଇଁ 65 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଏକ ବିଶେଷ category ଅଭିନେତ୍ରୀ ପାଇଁ ପୁରସ୍କୃତ ହୋଇଥିଲେ | ଏହି ଭଳି ଭୂମିକା ମିଳିଲେ କାମ କରିବାକୁ ପସନ୍ଦ କରିବେ | ଅନ୍ୟଥା, ସେ ଓଡିଆ ଚଳଚ୍ଚିତ୍ର ଜଗତ ରୁ ଦୂରରେ ରହିବାକୁ ପସନ୍ଦ କରିବେ | ସେ ଓଡିଆ ଚଳଚ୍ଚିତ୍ର ଜଗତ କୁ ସମାଲୋଚନା କରି କହିଛନ୍ତି ଯେ, ଏଠି କେବଳ mindless commercial movies ବନାଯାଏ | ତେଣୁ “ମୁଁ ଓଡିଆ ଚଳଚ୍ଚିତ୍ରରେ କାମ କରିବାକୁ ଆଗ୍ରହୀ ନୁହେଁ, ମୁଁ ମୁମ୍ବାଇରେ କାମ କରି ଖୁସି ଅଟେ | ମୁଁ ଭଲ ପ୍ରୋଜେକ୍ଟ ପାଇଛି ଏବଂ ମୁଁ ଏଠାରେ ଏକ ନାମ ସୃଷ୍ଟି କରିବାକୁ ଚେଷ୍ଟା କରୁଛି | କିନ୍ତୁ ଯଦି ମୁଁ ହେଲୋ ଆର୍ସି ଭଳି ଚଳଚ୍ଚିତ୍ର ପାଏ, ତେବେ ମୁଁ ନିଶ୍ଚିତ ଭାବେ ଏଭଳି ପ୍ରୋଜେକ୍ଟରେ କାମ କରିବି ବୋଲି ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ,“ମୁଁ କହୁ ନାହିଁ ଯେ ଓଡିଶାରେ ନିର୍ମିତ ପ୍ରତ୍ୟେକ ଚଳଚ୍ଚିତ୍ର ଖରାପ ଅଟେ। କିନ୍ତୁ ପ୍ରାୟ 80% ଚଳଚ୍ଚିତ୍ର ଯାହା ମୁଁ ଦେଖିବାକୁ କିମ୍ବା ଟ୍ରେଲର ଦେଖିବାକୁ ପାଇଥାଏ, ସେହି ପ୍ରକାରର ଚଳଚ୍ଚିତ୍ର ର ମୁଁ ଏକ ଅଂଶ ହେବାକୁ ଚାହୁଁନାହିଁ | ଓଡ଼ିଆ ସିନେ ଜଗତ ରେ କୌଣସି ବୃଦ୍ଧି ନାହିଁ , କିମ୍ବା ଭବିଷ୍ୟତ ନାହିଁ ବୋଲି ପ୍ରକୃତି ମିଶ୍ର କହିଛନ୍ତି | ସ୍କ୍ରିପ୍ଟଗୁଡ଼ିକ ସମାନ ଥାଏ | ମୁଁ ମୁମ୍ବାଇ ରେ ରହି କିଛି ଭଲ ପ୍ରୋଜେକ୍ଟ ରେ କାମ କରୁଛି ଏବଂ ଜାତୀୟ ସ୍ତର ରେ କିଛି କରିବାକୁ ଚାହୁଁଛି ଏବଂ ମୋ ରାଜ୍ୟକୁ ଗର୍ବିତ କରିବାକୁ ଚେଷ୍ଟା କରୁଛି। ଏସବୁ ଓଡିଆ ସିନେ ଜଗତ ରେ ରହି ସମ୍ଭବ ହୋଇ ପାରିବ ନାହିଁ |