5 ଟି ଆଶ୍ଚର୍ଯ୍ୟଜନକ ଜିନିଷ ଯାହାକୁ ଆପଣ ଆଳୁ ଦ୍ୱାରା ସଫା କରିପାରିବେ

0

ପ୍ରତ୍ୟେକ ରୋଷେଇ ଘରେ ଆଳୁ ଏକ ଲୋକପ୍ରିୟ ପରିବା | ଏହା ଅନେକ ରକମର ସୁସ୍ବାଦୁ item ତିଆରି ରେ ଵେବହୃତ ହୋଇଥାଏ | ଆଳୁ କେବଳ ରୋଷେଇ ପାଇଁ ବ୍ୟବହୃତ ହୁଏ ନାହିଁ | ବରଂ ସଫା କରିବା ରେ ମଧ୍ୟ୍ୟ ଏହା ସାହାଯ୍ୟ କରେ | ଚାଲନ୍ତୁ ଜାଣିବା କଣ କଣ ଆଳୁ ଦ୍ୱାରା ସଫା କରାଯାଇପାରିବ |

1. ଚଷମା


ଯେଉଁମାନେ ଚଷମା ପିନ୍ଧନ୍ତି, ସେମାନେ ଅନେକ ସମୟ ରେ କୁହୁଡି, ବର୍ଷା, କିମ୍ୱା ଫେସ୍ ମାସ୍କ ପିନ୍ଧିବା ର ଶିକାର ହେବାକୁ ପଡେ | ଯାହା ଦ୍ୱାରା, ଚଷମା ବାମ୍ଫ କିମ୍ବା ଧୂଆଁ ହୋଇ ଯାଇ ଥାଏ | ସେଥି ଲାଗି ଆମକୁ ଦେଖା ଯାଏ ନାହିଁ ଏବଂ ଆମେ ଦୁର୍ଘଟଣା ର ଶିକାର ହୋଇଥାଉ | ତେଣୁ ଆପଣ ଚଷମା ର କାଚ କୁ ଏକ କଞ୍ଚା ଆଳୁ ରେ ଘଷି ସଫା କରନ୍ତୁ ,ଦେଖିବେ ଏହା ଆପଣଙ୍କ ଚଷମାକୁ ପୁରା ସଫା କରି ଦେବ ଏବଂ ଆପଣ ଭଲ ଭାବରେ ସବୁ କିଛି ଦେଖି ପାରିବେ |

2. କଳଙ୍କୀ ବା ଜଙ୍କ 

କଳଙ୍କୀ ଦ୍ୱାରା ବହୁତ ଜିନିଷ ନଷ୍ଟ ହୋଇ ଯାଇଥାଏ | ଏହାକୁ ସଫା କରିବା ଅଧିକ କଷ୍ଟକର ମଧ୍ୟ୍ୟ ହୋଇପଡିଥାଏ | ଆଳୁରେ ଅକ୍ସାଲିକ୍ ଏସିଡ୍ ଥାଏ, ଯାହା କଳଙ୍କି ଛଡ଼ାଇବାରେ ସାହାଯ୍ୟ କରେ | ଗୋଟିଏ ଆଳୁକୁ ଦୁଇ ଫାଳ କରି କାଟି ଦିଅନ୍ତୁ, ଖଣ୍ଡିଏ ଆଳୁ କୁ ସାବୁନ୍ କିମ୍ବା ବେକିଂ ସୋଡା ରେ ବୁଡ଼ାଇ ଦିଅନ୍ତୁ ଏବଂ ଏହାକୁ କଳଙ୍କି ସ୍ଥାନ ଉପରେ ଘଷନ୍ତୁ | ତା ପରେ ସେ ଜିନିଷ ଟିକୁ ଭଲ ଭାବରେ ଧୋଇ ଦିଅନ୍ତୁ , ଦେଖିବେ ଏହା ନୂଆ ପରି ଚକ ଚକ କରିବ |

3. ଗ୍ଲାସ୍ ସଫା କରିବା


ଯେତେବେଳେ ଗ୍ଲାସ୍ ଭାଙ୍ଗେ, ଏହା ଶହ ଶହ ଛୋଟ ଖଣ୍ଡରେ ଭାଙ୍ଗିଯାଏ ଏବଂ ଏହାକୁ ସଫା କରିବା ବହୁତ ହିଁ କଷ୍ଟକର ହୋଇଯାଏ | ଛୋଟ ଖଣ୍ଡିଏ ଭଙ୍ଗା କାଚ ରହିଗଲେ , ପରେ ଏହା ପାଦରେ କିମ୍ବା body ର ଅନ୍ୟ ଜାଗାରେ ପସି କ୍ଷତ କରି ଥାଏ | ଏ ସମସ୍ୟା ର ସମାଧାନ ଆଳୁ କରି ପାରିବ | ତେବେ, ଗ୍ଲାସ୍ ଭାଙ୍ଗି ଯାଇଥିବା ସ୍ଥାନକୁ ଫାଳେ ଆଳୁ ରେ ଘଷି ସଫା କରିବା ଦ୍ୱାରା , ସେ ଜାଗାରେ ଥିବା ଛୋଟ ଛୋଟ ଖଣ୍ଡ ଭଙ୍ଗା କାଚ ଆଳୁ ରେ ଲାଗିଯାଏ | ଫଳରେ ସେ ଜାଗା ସଫା ହେଇ ଯାଏ |

4. ରୂପା ପଲିସିଙ୍ଗ୍ (Silver Polishing)

ଯଦି ଆପଣ ରୋଷେଇ କରିବା ପାଇଁ ଆଳୁ ଫୁଟାଉଛନ୍ତି, ତେବେ ପରେ ସେହି ଫୁଟା ପାଣିକୁ ଫିଙ୍ଗନ୍ତୁ ନାହିଁ | କାରଣ ଏହି ଫୁଟା ପାଣି ରେ starch ପରିମାଣ ରହିଥାଏ| ସେହି ପାଣି ରେ ରୂପା ଜିନିଷକୁ ପ୍ରାୟ ଏକ ଘଣ୍ଟା ଭିଜାଇ ରଖନ୍ତୁ ତାପରେ ସେହି ରୂପା ଜିନିଷ କୁ ଖାଲି ପାଣିରେ ଏକ ଘଣ୍ଟା ଭିଜେଇ ରଖନ୍ତୁ | ତା ପରେ ରୂପା ଜିନିଷ ଗୁଡିକୁ ଭଲଭାବରେ ପୋଛି ଦେଇ ଶୁଖେଇ ଦିଅନ୍ତୁ| ଦେଖିବେ ସେହି ରୂପା ଜିନିଷ ଗୁଡିକ କିଭଳି ଚମକିବ |

5. ପୋଷାକ ଦାଗ


ପୋଷାକରେ ଦାଗ ଲାଗି ଯାଇଛି କି ? ସାଧାରଣତ କାମ କରିଲା ବେଳେ, ଛୋଟ ମୋଟ ଦାଗ ଆମ ପୋଷାକ ରେ ଲାଗିଯାଇଥାଏ | ଦାଗରୁ ମୁକ୍ତି ପାଇବା ପାଇଁ ଏକ ସହଜ ଉପାୟ ହେଉଛି କଞ୍ଚା ଚୋପାଛଡ଼ା ଆଳୁ | ଆଳୁରେ starch ଥାଏ | ଅକ୍ସାଲିକ୍ଷ୍ଟା ଏସିଡ ଦାଗ ସହିତ ପାରସ୍ପରିକ କ୍ରିୟା ଯୋଗୁ ଦାଗ ଛାଡି ଯାଇଥାଏ | ହୁଏତ ଦାଗ ଗୋଟିଏ ଥରେ ନ ଯାଇ ପାରେ , ମାତ୍ର ବାର ବାର ଚୋପାଛଡ଼ା ଆଳୁକୁ ଘସିଲେ ଦାଗ ଛାଡି ଯାଇଥାଏ | ଆଳୁ ମୁହଁର ବ୍ରଣ ଦାଗ କିମ୍ବା ଅନ୍ୟ କୌଣସି ଦାଗ ମଧ୍ୟ୍ୟ lightening କରିବାରେ ସାହାଯ୍ୟ କରେ |

Leave A Reply

Your email address will not be published.