ଓଡ଼ିଆ ନ୍ୟୁଜ୍: ଅନାସ୍ଥା ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନି କହିଲେ ପ୍ରସନ୍ନ ଆଚାର୍ଯ୍ୟ।ନବୀନ ନିବାସରେ ବୈଠକ ପରେ ଗଣମାଧ୍ୟମକୁ ଏପରି କହିଲେ। ‘ବାଚସ୍ପତି କେବେ ଗ୍ରହଣ କରିବେ ଜଣା ନାହିଁ, ଆଗୁଆ ନିଷ୍ପତ୍ତି ଠିକ୍ ନୁହେଁ’।‘ଅନାସ୍ଥା ସମ୍ପର୍କରେ ଦଳ ଠିକ୍ ସମୟରେ ନିଷ୍ପତ୍ତି ନେବ’।‘ପ୍ରଥମେ ବାଚସ୍ପତି ଗ୍ରହଣ କରନ୍ତୁ, ନଈ ନ ଦେଖୁଣୁ ଲଙ୍ଗଳା ଉଚିତ ନୁହେଁ’।‘ବିଜେଡି ବୃହତ୍ତର ବିରୋଧୀ ଦଳ, ତେଣୁ ଦଳ ନିଜେ ତାର ନିଷ୍ପତ୍ତି ନେବ’।ବରିଷ୍ଠ ବିଜେଡ଼ି ନେତା ପ୍ରସନ୍ନ ଆଚାର୍ଯ୍ୟ ରଥଯାତ୍ରାରେ ସରକାରଙ୍କ ବିଫଳତା ନେଇ ପ୍ରଶ୍ନ ଉଠାଇବା ନିଷ୍ପତ୍ତି ନେଇଥିବା କହିଛନ୍ତି। ନବୀନ ନିବାସରୁ ବାହାରିବା ପରେ ବିଜେଡ଼ି ନେତା ପ୍ରସନ୍ନ ଆଚାର୍ଯ୍ୟ ଚଳିତ ବିଧାନସଭାରେ ବିଜେଡ଼ି ଉଠାଇବାକୁ ଥିବା ପ୍ରସଙ୍ଗ ଗୁଡିକ ବାବଦରେ କହିଛନ୍ତି।
ସେ କହିଛନ୍ତି ରାଜ୍ୟରେ ସାର ବଣ୍ଟନରେ ବିଫଳ ହୋଇଛନ୍ତି ସରକାର। ସମବାୟ ସୂତ୍ରରେ ସାର ମିଳୁନାହିଁ। ଚାଷୀମାନେ ଲମ୍ବା ଧାଡ଼ିରେ ରାତିରୁ ଆସି ଠିଆ ହେଉଛନ୍ତି। ଓଡ଼ିଶାର ଜନସାଧାରଣ ଯନ୍ତ୍ରଣାରେ ପେଷି ହେଉଛନ୍ତି। କଲବଜାରୀରେ ତିନି ଗୁଣ ଚାରି ଗୁଣ ଚଢ଼ା ଦରରେ ସାର ମିଳୁଛି। ଚାଷୀ ଧାନ ବିକ୍ରି ପାଇଁ ରେଜିଷ୍ଟ୍ରେସନ ଠିକ ଭାବେ ହେଉନାହିଁ। ସରକାର କେବଳ ଘୋଷଣା କରିଛନ୍ତି। ବାସ୍ତବରେ କିଛି କରିନାହାନ୍ତି। ତେଣୁ ସରକାର ଏଥିରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।