ମହାମାରୀ କରୋନା ଭୟାବହକୁ ଲକ୍ଷରେ ରଖି ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟପାଳ ଏବଂ ଉପରାଜ୍ୟପାଳ ମାନଙ୍କ ସହ ଆଲୋଚନା କରିବେ l ରାଷ୍ଟ୍ରପତି ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିବେ l ବିଶେଷକରି କେରଳ, ପଞ୍ଜାବ, ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ମହାରାଷ୍ଟ୍ରର ରାଜ୍ୟପାଳଙ୍କ ସହ ଆଲୋଚନା କରିବେ l ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ମଧ୍ୟ ଏହି ଆଲୋଚନା ରେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି l ଏହି ଆଲୋଚନାରେ ରାଜ୍ୟପାଳ ମାନଙ୍କ ସହ ରେଡକ୍ରସ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ସାମିଲ ହେବେ l