କ୍ରୋଧର କରୁଣ ପରିଣତି

0

ମହାରାଷ୍ଟ୍ରର କାଣ୍ଡିଭଲି ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା l ଲକ୍ ଡାଉନକୁ କେନ୍ଦ୍ର କରି ଦୁଇ ଭାଇଙ୍କ ମଧ୍ୟରେ ବଚସା ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି l ଅଭିଯୁକ୍ତ ରାଜଲକ୍ଷ୍ମୀ ଠାକୁର ଭାଇ ଦୁର୍ଗେସଙ୍କୁ ଲକ୍ ଡାଉନ୍ ସମୟରେ ଘରୁ ନବାହାରିବା ପାଇଁ କହିଥିଲେ l କିନ୍ତୁ ଦୁର୍ଗେସ ତାଙ୍କ କଥା ନମାନି ବାହାରକୁ ପଳାଇଯାଇଥିଲେ l ଏଥିରେ ରାଜଲକ୍ଷ୍ମୀ ଉତକ୍ଷୀପ୍ତ ହୋଇ ଦୁର୍ଗେସଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ l ଫଳରେ ଦୁର୍ଗେସଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା l ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ୍ କରିଛି l

Leave A Reply

Your email address will not be published.