କଟକର ଛାତ୍ର ବଜାର ପାରିବା ମାର୍କେଟ ବାଦାମବାଡ଼ିକୁ ସ୍ଥାନାନ୍ତର

0

କରୋନା ମୁକାବିଲା ପାଇଁ ଏବେ ସବୁଆଡ଼େ ସଜାଗ ସେହିପରି ସଜାଗ ହୋଇଉଠିଛି କଟକ ଜିଲ୍ଲା ପ୍ରଶାସନ l ସାମାଜିକ ଦୂରତାକୁ ଗୁରୁତ୍ଵ ଦେଇ କଟକର ଛାତ୍ର ବଜାରରେ ଥିବା ପାରିବା ମାର୍କେଟକୁ ବାଦାମବାଡ଼ିକୁ ସ୍ଥାନାନ୍ତର କରାଯାଇଛି l ବାଦାମବାଡ଼ି ପୂଜା ମଣ୍ଡପ ଠାରୁ ଆରମ୍ଭ କରି ମଧୁପାଟଣା ଛକ ପର୍ଯ୍ୟନ୍ତ ପାରିବା ବିକ୍ରି କରାଯାଉଛି l ଏଥି ସହିତ ଗ୍ରାହକଙ୍କ ପାଇଁ ଅନ୍ୟୁନ ଏକ ମିଟର ବ୍ୟବଧାନରେ ରହି ଜଣ ଙ୍କ ପରେ ଜଣେ ପାରିବା କିଣିବା ନେଇ ବ୍ୟବସ୍ଥା ହୋଇଛି l

Leave A Reply

Your email address will not be published.