ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ନଭେମ୍ବର 20ରୁ ଭାରତର ରାଷ୍ଟ୍ରପତି ଦ୍ରୋପଦି ମୁର୍ମୁ ଦୁଇ ଦିନିଆ ତାଙ୍କ ରାଜ୍ୟ ଓଡିଶା ଗସ୍ତରେ ଆସୁଛନ୍ତି । ତାଙ୍କ ଗସ୍ତ ଅବସରରେ, ସେ କୁଳିଅଣାଠାରେ ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲର ଶୁଭ ଉଦ୍‌ଘାଟନ କରିବେ । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଓଡ଼ିଶାରେ ଚାଲୁଥିବା କେନ୍ଦ୍ରୀୟ ଯୋଜନାର ସମୀକ୍ଷା ଅବସରରେ ଏହି ସୂଚନା ଦେଇଛନ୍ତି । ବୈଠକରେ ନ୍ୟାସନାଲ ହାଇୱେ ଅଥୋରିଟି ଅଫ୍‌ ଇଣ୍ଡିଆର ରିଜିଓନାଲ ଅଫିସର ବୀରେନ୍ଦ୍ର ସିଂ ଏବଂ ପ୍ରୋଜେକ୍ଟ ଡାଇରେକ୍ଟର ବାଲେଶ୍ୱର ପିଆଇଓ ଜେପି ବର୍ମ୍ମା ଉପସ୍ଥିତ ଥିଲେ ।

ସମସ୍ତ ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲ ନିର୍ମାଣ ଶେଷ ହୋଇ କାର୍ଯ୍ୟକ୍ଷମ ହେଲେ ଆଦିବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ହେବ ବୋଲି ଶ୍ରୀ ଟୁଡୁ କହିଛନ୍ତି । ତେଣୁ ଓଡ଼ିଶାରେ ନିର୍ମାଣ ହେବାକୁ ଥିବା ୮୭ଟି ଏକଲବ୍ୟ ବିଦ୍ୟାଳୟ ପାଇଁ ଭୂମିପୂଜନ ପ୍ରସ୍ତୁତି ଶେଷ କରିବାକୁ ପିଏସ୍‌ୟୁଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ବାଙ୍ଗିରିପୋଷି ଘାଟିର ସଂପ୍ରସାରଣ, ଏନଏଚ୍‌ଆଇର ବିଦ୍ୟୁତିକରଣ, ରୋଡ ସାଇଟ୍‌ରେ ହାତୀ ଓ ବନ୍ୟଜନ୍ତୁଙ୍କ ପାଇଁ ଅଣ୍ଡର ପାସ୍‌ଗୁଡିକ ଚିହ୍ନଟ କରି ଖୁବ୍‌ଶୀଘ୍ର ଡିପିଆର ପ୍ରସ୍ତୁତ କରି ଡିସେମ୍ବର ସୁଧା କାମ ଆରମ୍ଭ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଓଡ଼ିଶାରେ ଦୁର୍ଘଟଣାପୂର୍ଣ୍ଣ ସ୍ଥାନକୁ ଚିହ୍ନଟ କରି ବ୍ଲାକ୍‌ ସ୍ପଟ୍‌ ଘୋଷଣା କରି ବିହୀତ ପଦକ୍ଷେପ ନେବାକୁ କହିଥିଲେ । ବହୁଦିନରୁ ବାଙ୍ଗିରିପୋଷି ରାସ୍ତାର ସମ୍ପ୍ରସାରଣରେ ବାଧା ଆସୁଥିବା ପଥର ଫଟେଇବା ପାଇଁ ଜିଲ୍ଲାପାଳ ଓ ଜଙ୍ଗଲ କର୍ତ୍ତୃପକ୍ଷଙ୍କଠାରୁ ବ୍ଲାଷ୍ଟିଂ ଅନୁମତି ନେବାକୁ ଏନଏଚ୍‌ଆଇକୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.