ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଆଜି ଠୁ ରାଜ୍ୟର ପାଣିପାଗରେ ପରିବର୍ତ୍ତନ । ଆସନ୍ତାକାଲି ଠାରୁ ରାଜ୍ୟର ପାଣିପାଗ ସଂପୂର୍ଣ୍ଣ ମେଘମୁକ୍ତ ରହିବା ରାତିର ସର୍ବନିମ୍ନ ତାପମାତ୍ରା କମିବା ପାଖାପାଖି ୨ରୁ ୩ ଡିଗ୍ରି ଯାଏ ରାତି ତାପମାତ୍ରା କମିବା ଫଳରେ ଅଳ୍ପ ଅଳ୍ପ ଥଣ୍ଡା ପଡ଼ିବା ଆରମ୍ଭ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
୨ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରା କମିବ ଓ ଏହାପରେ ଅପରିବର୍ତ୍ତିତ ରହିବ ବୋଲି ସୂଚନା ମିଳିଛି। ଦୀପାବଳିକୁ ପାଗ ଶୁଖିଲା ଓ ଖରାଟିଆ ରହିବ। ବୁଧବାର ରାତି ଠାରୁ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୧.୫ ଡିଗ୍ରୀ କମିବ । ୧୦ ତାରିଖରୁ ତାପମାତ୍ରା ବଢ଼ିବ । ଏହା ସହ ୧୪ରୁ ୧୬ ମଧ୍ୟରେ ପୁଣି ପାଗରେ ପରିବର୍ତ୍ତନ ହେବ । ଏହି ସମୟରେ ତାପମାତ୍ରା ସର୍ବାଧିକ ୩ ଡିଗ୍ରୀ ଏବଂ ସର୍ବନିମ୍ନ ୧.୫ ଡିଗ୍ରୀ କମିବ । ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶାରେ ଗୁରୁବାର ରାତିରୁ ସର୍ବନିମ୍ନ ତାପମାତ୍ରା ଧୀରେ ଧୀରେ ବଢ଼ିବ ।
ଏହା ୧୧ ତାରିଖ ସୁଦ୍ଧା ୨.୫ ଡିଗ୍ରୀରୁ ୩ ଡିଗ୍ରୀ ବଢ଼ିବାର ସମ୍ଭାବନା ରହିଛି । ୧୫ ତାରିଖରୁ ତାପମାତ୍ରା ସିଧା ୪ ଡିଗ୍ରୀ କମିବ । ତେଣୁ ଏହି ସମୟରେ ଶୀତ ପ୍ରକୋପ ରହିବ । ଉତ୍ତର ଉପକୂଳ ଓ ଆଭ୍ୟନ୍ତରରେ ୮ ତାରିଖ ରାତିରୁ ୧୧ ତାରିଖ ରାତି ସୁଦ୍ଧା ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ ଡିଗ୍ରି ବଢ଼ିବ। ତେବେ ୧୨ ରୁ ୧୬ ତାରିଖ ମଧ୍ୟରେ ସର୍ବନିମ୍ନ ୩ ଡିଗ୍ରି କମିବା ବେଳେ ସର୍ବାଧିକ ୪ ଡିଗ୍ରି କମିପାରେ ଓ ଶୀତ ବଢ଼ିବ ବୋଲି ସେ କହିଛନ୍ତି।