ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ବିସି କ୍ୟାବିନେଟ ମଙ୍ଗଳବାର ଦିନ ଏସସି, ଏସଟି, ଅନ୍ୟାନ୍ୟ ପଛୁଆ ବର୍ଗ, ଅତ୍ୟଧିକ ପଛୁଆ ବର୍ଗ ଏବଂ ଅର୍ଥନୈତିକ ଦୁର୍ବଳ ବିଭାଗ ପାଇଁ କୋଟାକୁ ବର୍ତ୍ତମାନର 50 ପ୍ରତିଶତରୁ ମୋଟ 75 ପ୍ରତିଶତକୁ ବୃଦ୍ଧି କରିବାକୁ ଏକ ପ୍ରସ୍ତାବ ପାରିତ କରିଛି। ଚାଲୁଥିବା ଶୀତ ଅଧିବେଶନରେ ସମାନ ସମୟରେ ବିଧାନସଭାରେ ଏକ ବିଲ୍ ଅଣାଯିବ।
ମଙ୍ଗଳବାର ବିଧାନସଭାରେ ଉପସ୍ଥାପିତ ହୋଇଥିବା ଜାତି ସର୍ବେକ୍ଷଣ ରିପୋର୍ଟ ଉପରେ ବିତର୍କ ଶେଷ କରିବାବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏ ବାବଦରେ ଏକ ବିବୃତ୍ତି ଦେଇଛନ୍ତି। ମଙ୍ଗଳବାର ଦିନ ନୀତିଶ ସରକାରଙ୍କ ପକ୍ଷରୁ ବିହାର ବିଧାନସଭା ଓ ବିଧାନ ପରିଷଦରେ ଜାତିଭିତ୍ତିକ ଗଣନା ସର୍ଭେ ରିପୋର୍ଟ ଉପସ୍ଥାପନ କରାଯାଇଥିଲା । ଏହା ଉପରେ ଉଭୟ ଗୃହରେ ଚର୍ଚ୍ଚା ହୋଇଥିଲା ଏବଂ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଜବାବ ରଖିଥିଲେ । ଏହି ସମୟରେ ସେ ସଂରକ୍ଷଣ ବ୍ୟବସ୍ଥା ୬୫ ପ୍ରତିଶତକୁ ବୃଦ୍ଧି ପାଇଁ ବଡ଼ ଘୋଷଣା କରିଥିଲେ । ଏହାବ୍ୟତୀତ ଗରୀବ ପରିବାରୁ ୨ ଲକ୍ଷ ସହାୟତା ପ୍ରଦାନ ପାଇଁ ମଧ୍ୟ ଘୋଷଣା କରିଥିଲେ । ସଂରକ୍ଷଣ ବୃଦ୍ଧି ନେଇ ବିଧାନସଭାରେ ଚର୍ଚ୍ଚା ହେବା ପରେ ମୁଖ୍ୟମନ୍ତ୍ରୀ କ୍ୟାବିନେଟ ବୈଠକ ଡକାଇଥିଲେ ।
ବୈଠକରେ ଏହି ପ୍ରସ୍ତାବ ଉପରେ ମୋହର ଲାଗିଥିଲା । ଯଦି ବିହାର ସରକାରଙ୍କ ଏହି ପ୍ରସ୍ତାବ ଗୃହୀତ ହୁଏ, ତେବେ ରାଜ୍ୟରେ ଏସ୍ସିଙ୍କ ପାଇଁ ଥିବା ସଂରକ୍ଷଣ ୧୬ ପ୍ରତିଶତରୁ ୨୦ ପ୍ରତିଶତ, ଏସସଟି ୧ ପ୍ରତିଶତରୁ ୨ ପ୍ରତିଶତ ଏବଂ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ୪୩ ପ୍ରତିଶତକୁ ବୃଦ୍ଧି ପାଇବ । ପୂର୍ବରୁ ଅର୍ଥନୈତିକ ପଛୁଆ ବର୍ଗ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି ।