ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମଧ୍ୟପ୍ରଦେଶ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ସେ ରାଜଧାନୀ ଭୋପାଳରେ ପହଞ୍ଚିଛନ୍ତି । ସେ ସେଠାରେ ରବିନ୍ଦ୍ର ଭବନରେ ଉତ୍କର୍ଷ-ଉନ୍ମେଷ କାର୍ୟ୍ୟକ୍ରମର ଶୁଭାରମ୍ଭ କରିବେ। ସେଠାରେ ସେ ରାଜା ଭୋଜ ବିମାନବନ୍ଦରରେ ପହଞ୍ଚିବା ପରେ ଗୃହମନ୍ତ୍ରୀ ଡା. ନରୋତ୍ତମ ମିଶ୍ର ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ବାଗତ କରିଛନ୍ତି। ବିମାନ ବନ୍ଦରରୁ ସେ ସିଧା ରବିନ୍ଦ୍ର ଭବନ ଗସ୍ତ କରିବେ। ସୂଚନାଯୋଗ୍ୟ, ଉନ୍ମେଷ ଉତ୍ସବ ହେଉଛି ଏସିଆର ସର୍ବବୃହତ ସାହିତ୍ୟ ସମ୍ମିଳନୀ।
ଏହି ଆନ୍ତର୍ଜାତୀୟ ସାହିତ୍ୟ ମହୋତ୍ସବ ଅଧୀନରେ ବହୁଭାଷୀ କବିତା ପାଠ, ଲେଖା ଶିକ୍ଷା, ଆଦିବାସୀ କବି ସମ୍ମିଳନୀ, ସାହିତ୍ୟର ବିଷୟବସ୍ତୁ ଉପରେ ଆଲୋଚନା, ସ୍ବାଧୀନତାର ଅମୃତ ମହୋତ୍ସବ ଉପରେ କବିତା ପାଠ ଏବଂ ସାହିତ୍ୟର ଉନ୍ନତି ସହ ଜଡିତ ବିଭିନ୍ନ ବିଷୟ ଉପରେ ଆଲୋକପାତ କରାଯିବ।