୬୬ବର୍ଷରେ ପାଦ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଦେଶର ସର୍ବୋଚ୍ଚ ଆସନରେ ବସିଥିବା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜି ଜନ୍ମଦିନ । ୬୬ବର୍ଷରେ ପାଦ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୧୯୫୮ ମସିହା ଆଜିର ଦିନରେ ସେ ମୟୂରଭଞ୍ଜ ଜିଲାର ଉପରବେଡାଠାରେ ଜନ୍ମଗ୍ରହଣ କରିଥିଲେ।

ଆଦିବାସୀ ଅଧ୍ୟୁଷିତ ରାଇରଙ୍ଗପୁରରୁ ରାଇସିନା ହିଲରେ ପହଞ୍ଚି ମହିଳାଙ୍କ ପାଇଁ ସେ ପାଲଟିଛନ୍ତି ଅନନ୍ୟ ଉଦାହରଣ।  ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ଦିନ ଆରମ୍ଭ କରିଛନ୍ତି । ଆଜି ସକାଳ ସମୟରେ ଦିଲ୍ଲୀ ସ୍ଥିତ ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ଦେଶବାସୀଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ପ୍ରାର୍ଥନା କରିଥିଲେ ଓ ପୂଜାର୍ଚ୍ଚନା କରିଥିଲେ । ଏନେଇ ରାଷ୍ଟ୍ରପତିଙ୍କ ଏକ୍ସ ହ୍ୟାଣ୍ଡେଲରେ କିଛି ଫଟୋ ସେୟାର କରାଯାଇଛି । ଯେଉଁଥିରେ ସେ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି ।

ଦ୍ରୌପଦୀ ମୁର୍ମୁ ଜଣେ ଏଭଳି ମଣିଷ ଯିଏକି କଠିନ ପରିଶ୍ରମ ଓ ଅନେକ ବାଧାବିଘ୍ନ ଅତିକ୍ରମ କରି ଆଜି ପ୍ରଥମ ନାଗରିକ ଭାବେ ଉଭା ହୋଇଛନ୍ତି। ଓଡ଼ିଶା ରାଜନୀତିରୁ ଝାଡଖଣ୍ଡର ରାଜ୍ୟପାଳ ଏବଂ ପରେ ରାଷ୍ଟ୍ରପତି ହୋଇଛନ୍ତି। ୨୦୨୨ ମସିହା ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ସେ ପ୍ରଥମ ଆଦିବାସୀ ଏବଂ ଦ୍ୱିତୀୟ ମହିଳା ଭାବେ ଦେଶର ସର୍ବୋଚ୍ଚ ଆସନରେ ବସିଛନ୍ତି। ଆଜି ତାଙ୍କ ଜନ୍ମଦିନ ଅବସରରେ ଛୁଟୁଛି ଶୁଭେଚ୍ଛାର ସୁଅ।

Leave A Reply

Your email address will not be published.