ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ତାମିଲନାଡୁରେ ମଦମୃତ୍ୟୁ ସଂଖ୍ୟା ବଢି ଚାଲିଛି । ବିଷାକ୍ତ ମଦ ନେଉଛି ଜୀବନ । ତାମିଲନାଡ଼ୁର କଲାକୁରୁଚିରେ ବିଷାକ୍ତ ମଦ ପିଇ ୩୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । 20 ଜଣ ଆଇସିୟୁରେ ଭର୍ତ୍ତି ହୋଇଥିବା ବେଳେ 6 ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମସ୍ତ ଗୁରୁତରଙ୍କୁ କଲ୍ଲାକୁର୍ଚ୍ଚି ଜିଲ୍ଲାପାଳ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ତାମିଲନାଡୁ ସରକାର ମୃତକଙ୍କ ପରିବାର ଲାଗି 10ଲକ୍ଷ ଓ ଚିକିତ୍ସାଧୀନ ଥିବା ରୋଗୀଙ୍କ ଲାଗି 50ହଜାର ଟଙ୍କା ଅନୁକମ୍ପା ମୂଳକ ରାଶି ଘୋଷଣା କରିଛନ୍ତି । ତାମିଲନାଡ଼ୁର କଲାକୁରୁଚିରୁ ବିଷାକ୍ତ ଓ ଅପମିଶ୍ରିତ ମଦ ପିଇ ୩୩ଜଣଙ୍କର ଜୀବନ ଯାଇଛି । ଗତ ୧୮ ତାରିଖରେ ମଦ ପିଇ ଲୋକେ ଅସୁସ୍ଥ ହୋଇଯାଇଥିଲେ । ସେମାନଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା । ପରେ ଧୀରେ ଧୀରେ ଅସୁସ୍ଥଙ୍କ ସଂଖ୍ୟା ବଢ଼ିଥିଲା ।
ତେବେ ବିଷାକ୍ତ ମଦ ପିଇ ବର୍ତ୍ତମାନ ସୁଦ୍ଧା ୩୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଅସୁସ୍ଥ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କର ଚିକିତ୍ସା ପାଇଁ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ନିୟୋଜିତ ହୋଇଛନ୍ତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଦୁଃଖ ପ୍ରକାଶ କରିଛନ୍ତି । ସେ ଏକ୍ସରେ ଟ୍ବିଟ କରି କହିଛନ୍ତି, ”କଲ୍ଲାକୁର୍ଚ୍ଚିରେ ହୋଇଥିବା ମଦ ମୃତ୍ୟୁ ଘଟଣାରେ ମୁଁ ଦୁଃଖିତ । ମଦ ମୃତ୍ୟୁ ଘଟଣାରେ ଯେଉଁ ମାନେ ବି ସାମିଲ ଅଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।