ଆଜି ଦେଶକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦିନକ ପରେ ସରିବ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ । ତେଣୁ ବିଦାୟୀ ରାଷ୍ଟ୍ରପତି ଭାବେ ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ଶେଷ ସମ୍ବୋଧନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆଜି ସନ୍ଧ୍ୟା ୭ଟା ରେ ଦେଶକୁ ସମ୍ବୋଧିତ କରିବେ । ଦିନକ ପରେ କାର୍ୟ୍ୟକାଳ ସରୁଥିବାରୁ ଦେଶ ଉଦ୍ଦେଶ୍ୟରେ ତାଙ୍କର ଅଭିଭାଷଣ ମହତ୍ତ୍ବ ରଖିବ। ଗତକାଲି ସଂସଦର ସେଣ୍ଟ୍ରାଲ ହଲରେ ପ୍ରଧାନମନ୍ତ୍ରୀଙ୍କ ସହ ସବୁ ସାଂସଦ ମାନେ ଉପସ୍ଥିତ ରହି ରାମନାଥ କୋବିନ୍ଦଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଥିଲେ ।

ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଭିଭାଷଣ ଦେଇ କହିଥିଲେ ଦଳଗତ ମନୋବୃତ୍ତିରୁ ଉପରକୁ ଉଠି ସବୁ ଦଳ କାମ କରିବା ଦରକାର ବୋଲି ରାମନାଥ କହିଛନ୍ତି । ସବୁ ସାଂସଦଙ୍କ ପ୍ରତି ତାଙ୍କର ସ୍ବତନ୍ତ୍ର ସମ୍ମାନ ରହିଛି । ଆସନ୍ତାକାଲି ରାଷ୍ଟ୍ରପତି ଭାବେ ରାମନାଥ କୋବିନ୍ଦଙ୍କ କାର୍ୟ୍ୟକାଳ ସରୁଛି । ଗତ ୨୫ ଜୁଲାଇ ୨୦୧୭ରେ ୧୪ତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ରାମନାଥ କୋବିନ୍ଦ । ତେଣୁ ଆସନ୍ତାକାଲି ଦେଶ ଦେଖିବାକୁ ଯାଉଛି ୧୫ ତମ ନୂଆ ରାଷ୍ଟ୍ରପତି । ଦେଶର ସର୍ବୋଚ୍ଚ ଆସନରେ ବସିବାକୁ ଯାଉଛନ୍ତି ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ।

Leave A Reply

Your email address will not be published.