ଆସନ୍ତାକାଲି ପୁରୀରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) :  ଦକ୍ଷିଣପୂର୍ବ ରେଳବାଇ ଜାରି କରିଥିବା ‘ପ୍ରେସ ରିଲିଜ୍‌’ରେ ଉଲ୍ଲେଖ କରାଯାଇଛି ଯେ, ମେ’ ୧୮ ତାରିଖ ଦିନ ହାୱଡା-ପୁରୀ-ହାଓଡା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉଦ୍‌ଘାଟନ କରାଯିବ ଓଡିଶାର ପୁରୀରେ ଏହି ଟ୍ରେନ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିବେ ବୋଲି ବିଶେଷସୂତ୍ରରୁ ଜଣାପଡିଛି । ଉଦ୍‌ଘାଟିତ ହେବା ପରେ ଏହା ହାୱଡାରେ ପହଁଚିବ ।

ସୂଚନାଯୋଗ୍ୟ, ‘୨୨୮୯୫/୨୨୮୯୬’ ହାୱଡା-ପୁରୀ-ହାୱଡା ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ହେବ ପଶ୍ଚିମବଙ୍ଗର ଦ୍ୱିତୀୟ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ।ପ୍ରଥମ କରି ଓଡିଶାକୁ ଯିବା ପାଇଁ ନିର୍ଦ୍ଧାରିତ ଏହି ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ରେଳବାଇର ଦିକ୍ଷିଣପୂର୍ବ ଡିଭିଜନ୍‌ ଅଧୀନରେ ଚଳାଚଳ କରିବ । ଆଇଆର୍‌ସିଟିସି ଆପ୍‌’ରେ ଯାତ୍ରୀ ମାସୁଲ ସଂକ୍ରାନ୍ତରେ କୌଣସି ସଦ୍ୟତମ ସୂଚନା ପ୍ରଦାନ କରାଯାଇ ନ ଥିବା କଥା ରେଳବାଇ ସୂତ୍ରରୁ ପ୍ରକାଶ ।

କିନ୍ତୁ, ଗୁରୁବାର ଦିନ ଉଦ୍‌ଘାଟନ ପରେ ‘ଆପ୍‌’ ଅଥବା ‘ୱେବ୍‌ସାଇଟ୍‌’ ମାଧ୍ୟମରେ ଟିକେଟ୍‌ କିଣାଯାଇ ପାରିବ । ଏଥିରେ ଥିବା ‘ଚେୟାର୍‌ କାର୍‌’ ଟିକେଟ୍‌ର ମୂଲ୍ୟ ୧୫୯୦ ଟଙ୍କା ଏବଂ ‘ଏକ୍ଜିକ୍ୟୁଟିଭ୍‌ ଚେୟାର୍‌’ ଟିକେଟ୍‌ର ମୂଲ୍ୟ ୨୯୦୦ ଟଙ୍କା ରଖାଯାଇଛି । ଗୁରୁବାର ବ୍ୟତୀତ, ଉଭୟ ହାୱଡା ଓ ପୁରୀରୁ ମେ ୨୦ ତାରିଖ ଦିନଠାରୁ ସପ୍ତାହକୁ ୬ ଦିନ ଏହି ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ନିୟମିତ ଚଳାଚଳ କରିବ ।

‘୨୨୮୯୫ ହାୱଡା-ପୁରୀ ବନ୍ଦେ ଭାରତ ଏକ୍ସ୍‌ପ୍ରେସ୍‌’ ସକାଳ ୬.୧୦ରେ ହାୱଡାରୁ ବାହାରି ସେହିଦିନ ଅପରାହ୍ଣ ୧୨.୩୫ରେ ପୁରୀରେ ପହଂଚିବ । ପ୍ରତ୍ୟାବର୍ତ୍ତନ ସମୟରେ ‘୨୨୮୯୬ ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଭାବେ ଏହା ଅପରାହ୍ଣ ୧.୫୦ରେ ପୁରୀରୁ ଯାତ୍ରା ଆରମ୍ଭ କରି ସେହିଦିନ ରାତି ୮.୩୦ରେ ହାହାୱଡାରେ ପହଂଚିବ । ୧୬ଟି କୋଚ ଥିବା ଏହି ଟ୍ରେନ୍‌ ହାୱଡା ଓ ପୁରୀ ମଧ୍ୟରେ ଥିବା ଖଡଗପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ୍‌, କଟକ, ଭୁବନେଶ୍ୱର ଏବଂ ଖୋର୍‌ଦ୍ଦା ରୋଡ୍‌ ଷ୍ଟେସନ୍‌ ଗୁଡିକରେ ରହି ରହି ଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.