ସାବଧାନ! ଆପଣ ସୁଗାର ଫ୍ରି ପ୍ରଡକ୍ଟ ଖାଉଛନ୍ତି କି? ହୁ ଦେଲା ଏମିତି ଚେତାବନୀ

0

ଓଡିଆ ନ୍ୟୁଜ (ବ୍ୟୁରୋ) : ଆଜିର ଆଧୁନିକ ଜୀବନଶୈଳୀରେ ଲୋକମାନେ ସୁଗାରଠୁ ବର୍ତ୍ତିବା ସୁଗାର ଫ୍ରି ପ୍ରଡକ୍ଟ ବ୍ୟବହାର କରୁଛନ୍ତି । କିନ୍ତୁ ଏହ ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ବର୍ତ୍ତମାନ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦ୍ୱାରା ଏକ ରିପୋର୍ଟ ପ୍ରକାଶ ପାଇଛି ଯେଉଁଥିରେ ଦର୍ଶାଯାଇଛି ଯେ ସୁଗାର ଫ୍ରି ପ୍ରଡକ୍ଟ ମାନବ ଶରୀର ପାଇଁ ମଧୁର ବିଷ ଭଳି କାର୍ଯ୍ୟ କରିଥାଏ । ‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’ ଅନୁଯାୟୀ, ସୁଗାର ଫ୍ରି ଖାଉଥିବା ଯୁବକମାନଙ୍କ ମଧ୍ୟରେ ଟାଇପ୍‌-୨ ମଧୁମେହ, ହୃଦ ରୋଗ ଏବଂ ମୃତ୍ୟୁ ହେବାର ଆଶଙ୍କା ଅଧିକ ରହିଛି ।

କୃତ୍ରିମ ମିଠା ଏବଂ ଚିନି ବଦଳକାରୀ ଏପରି କିଛି ରାସାୟନିକ ପଦାର୍ଥ, ଯାହା ଖାଦ୍ୟ ଏବଂ ପାନୀୟର ସ୍ୱାଦ ବଢାଇବା ପାଇଁ ମିଠା ର ସ୍ୱାଦ ବଢାଇବା ପାଇଁ ବ୍ୟବହୃତ ହୁଏ । ସୁଗାର ଏକରୁ ଅଧିକ ଟେବୁଲ୍‌ ଚାମଚ ଚିନି ଶରୀର ପାଇଁ ବିପଦଜନକ ହୋଇପାରେ ।

ମେଟାବୋଲିଜିମ୍‌ କମ୍‌ କରେ
ଯଦି ଆପଣ ପ୍ରତିଦିନ ସୁଗାର ଫ୍ରି ବ୍ୟବହାର କରନ୍ତି, ଏହା ଆପଣଙ୍କ ମେଟାବୋଲିଜିମ୍‌ ହ୍ରାସ କରେ । ଏହା ଗ୍ଲୁକାଗନ୍‌ ଏବଂ ଇନସୁଲିନ୍‌ର ସନ୍ତୁଳନ ମଧ୍ୟ ହ୍ରାସ କରେ । ଏହା ରକ୍ତରେ ଚିନି ସ୍ତରକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ଯେଉଁଥିପାଇଁ ବ୍ୟକ୍ତି ଅଧିକ ଭୋକିଲା ଅନୁଭବ କରିପାରନ୍ତି ।ଏବଂ ଆପଣ ଓଜନ ବଢାଇ ପାରନ୍ତି । ଯେଉଁ ଲୋକମାନେ ସେମାନଙ୍କର ଦୈନନ୍ଦିନ ଜୀବନଶୈଳୀରେ କୃତ୍ରିମ ମିଠା ବ୍ୟବହାର କରନ୍ତି । ଏହା ସେମାନଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ । କୃତ୍ରିମ ମିଠା ସଂପୂର୍ଣ୍ଣ କୃତ୍ରିମ ଅଟେ । ଏଥିରେ କୌଣସି ପ୍ରାକୃତିକ ଉପାଦାନ ବ୍ୟବହାର କରାଯାଏ ନାହିଁ । ଏହା ସଂପୂର୍ଣ୍ଣ ସିନ୍‌ଥେଟିକ୍‌ ସାମଗ୍ରୀରେ ତିଆରି । ଯାହା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ।
ଯଦି ଆପଣ ଦୀର୍ଘ ଦିନ ଧରି କୃତ୍ରିମ ମିଠା ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ଓଜନ ମଧ୍ୟ ବଢିପାରେ । କାରଣ ଏହା ଆପଣଙ୍କ ଅନ୍ତନଳୀରେ ଥିବା ଜୀବାଣୁକୁ କିଛି ପରିମାଣରେ ପ୍ରଭାବିତ କରିଥାଏ । ଏହା ମଧ୍ୟ ମେଟାବୋଲିଜିମ୍‌ ଉପରେ ପ୍ରଭାବ ପକାଇଥାଏ । ଗର୍ଭବତୀ ମହିଳାମାନେ ଭୁଲରେ ସୁଗାଣ ଫ୍ରି ବ୍ୟବହାର କରିବା ଉଚିତ୍‌ ନୁହେଁ । କାରଣ ଏହା ଉଭୟ ମା ଏବଂ ପିଲା ଉପରେ ଖରାପ ପ୍ରଭାବ ପକାଇଥାଏ ।

Leave A Reply

Your email address will not be published.