ବିଶୃଙ୍ଖଳିତ ଆଚରଣ ପାଇଁ ରାଉରକେଲା ପୂର୍ବତନ ଉପସଭାପତି ଉମେଶ ଶରଣଙ୍କୁ କଂଗ୍ରେସ ଦଳରୁ ନିଲମ୍ବନ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟିର ଏକ ବୈଠକ କମିଟିର ଅଧ୍ୟକ୍ଷ ଶ୍ରୀ କିଶୋର ଚନ୍ଦ୍ର ପଟେଲଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗତ ୧୩ ତାରିଖ ଦିନ ରାଉରକେଲା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ହୋଇଥିବା ବିଶୃଙ୍ଖଳିତ କାର୍ଯ୍ୟକଳାପ ସଂପର୍କରେ ଆଲୋଚନା କରାଯାଇଥିଲା । ଶୃଙ୍ଖଳା କମିଟିର ସୁପାରିଶ କ୍ରମେ ପ୍ରଦେଶ କଂଗ୍ରେସ କମିଟି ସଭାପତି  ଶରତ ପଟ୍ଟନାୟକ ରାଉରକେଲା ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ ଉପସଭାପତି ଉମେଶ ଶରଣଙ୍କୁ କଂଗ୍ରେସ ଦଳରୁ ନିଲମ୍ବନ କରିଛନ୍ତି । ସେହିପରି ରାଉରକେଲା ଜିଲ୍ଲା କଂଗ୍ରେସ ସଂଖ୍ୟାଲଘୁ ବିଭାଗ ପୂର୍ବତନ ଅଧ୍ୟକ୍ଷ ସେକ୍ ସବିର ହୁସେନଙ୍କ ବିରୋଧରେ କାହିଁକି ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ସେ ସଂପର୍କରେ ପିସିସି ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

ଯେଉଁ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନେ ଫେସବୁକ ଓ ଅନ୍ୟ ସାମାଜିକ ଗଣମାଧ୍ୟମରେ କଂଗ୍ରେସ ଦଳର ଶୀର୍ଷ ନେତାମାନଙ୍କୁ ଓ ଦଳର ଭାବମୂର୍ତିକୁ କ୍ଷୂର୍ଣ୍ଣ କରିବାଭଳି ମନ୍ତବ୍ୟ, ଟିପ୍ପଣୀ ଓ ମତ ରଖୁଛନ୍ତି ଯାହା ଫଳରେ ଦଳ ନିନ୍ଦିତ ହେଉଛି ସେମାନେ ଏଭଳି କାର୍ଯ୍ୟରୁ ବିରତ ରୁହନ୍ତୁ ବୋଲି ଆଜିର ଶୃଙ୍ଖଳା କମିଟି ବୈଠକରେ ବିଷଦ ଆଲୋଚନା ହୋଇଥିଲା । ଆଗକୁ ଯଦି ଏଭଳି ଘଟଣା ପୁଣି ନଜରକୁ ଆସେ ତେବେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି ।

Leave A Reply

Your email address will not be published.