ଓଡ଼ିଆ ନ୍ୟୁଜ୍: କଟକରେ ଶାନ୍ତି ବଜାୟ ରଖିବାକୁ ଆଇନ ମନ୍ତ୍ର ପୃଥ୍ଵୀରାଜ ହରିଚନ୍ଦନଙ୍କ ଅପିଲ।ଉଦବେଗଜନକ ସ୍ଥିତିରୁ ଧିରେ ଧିରେ ସାଧାରଣ ହେଉଛି ପରିସ୍ଥିତି।ଯଥାଯୋଗ୍ୟ ପଦକ୍ଷେପ ନେବା କଥା ପୋଲିସ ପ୍ରଶାସନ ନେଇଛନ୍ତି। ଦଶହରା ଭସାଣି ସମୟରେ ଘଟିଥିବା ଗଣ୍ଡଗୋଳରୁ କଟକ ସହର ଅଶାନ୍ତ ହୋଇପଡ଼ିଛି। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଥମିବାର ନାଁ ନେଉନାହିଁ। ଗଣ୍ଡଗୋଳରେ ସାମିଲ ଥିବା ଉଭୟ ଗୋଷ୍ଠୀ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଛି।
ତେବେ କଟକରେ ଶାନ୍ତି ବଜାୟ ରଖିବାକୁ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ନିବେଦନ କରିଛନ୍ତି। ସେ କହିଛନ୍ତି, ଉଦ୍ବେଗଜନକ ସ୍ଥିତିରୁ ଧିରେ ଧିରେ ସାଧାରଣ ହେଉଛି ପରିସ୍ଥିତି। ଯାହା ପଦକ୍ଷେପ ନେବା କଥା ପୋଲିସ ପ୍ରଶାସନ ନେଇଛି। କଟକ ସମ୍ମାନରେ ଆଞ୍ଚ ନ ଆସୁ। ସମସ୍ତେ ଶାନ୍ତିଶୃଙ୍ଖଳା ବଜାୟ ରଖନ୍ତୁ। ଅଭିଯୁକ୍ତଙ୍କ ବିରୋଧରେ କଠୋର ଶାସ୍ତି ବିଧାନ ହେବ ବୋଲି ଆଇନମନ୍ତ୍ରୀ କହିଛନ୍ତି।