ରଥଯାତ୍ରା ପାଇଁ ପ୍ରାୟ ୮୦% ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇ ସାରିଲାଣି: ପୃଥ୍ବୀରାଜ ହରିଚନ୍ଦନ

0

ଓଡ଼ିଆ ନ୍ୟୁଜ୍: ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରାକୁ ନେଇ ଆଜି ବସୁଥିଲା ଦ୍ବିତୀୟ ସମନ୍ବୟ ବୈଠକ । ଏହି ଅବସରରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ରଥଯାତ୍ରା ଲାଗି ପ୍ରାୟ ୮୦% ପ୍ରସ୍ତୁତି ଶେଷ ହୋଇ ସାରିଲାଣି। ଗୁଣ୍ଡିଚାରର ଯଥେଷ୍ଟ ପୂର୍ବରୁ ଅବଶିଷ୍ଟ ୨୦% ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଯିବ।ସବୁ ବିଭାଗ ମଧ୍ୟରେ ଉତ୍ତମ ସମନ୍ବୟରେ କାର୍ଯ୍ୟ ଚାଲିଛି। ମହାପ୍ରଭୁ ନିଜେ ସବୁ କରାନ୍ତି, ସବୁକିଛି ସୁରୁଖୁରୁରେ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।

ଅନ୍ୟପକ୍ଷେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ରଥଯାତ୍ରାରେ ୩ ଶହ ଡାକ୍ତର ଚିକିତ୍ସା ସେବା ବୁଝିବେ ବୋଲି କହିଛନ୍ତି। ଏପରିକି ୧୫ଟି ICU ବେଡ୍‌, ଅସ୍ଥାୟୀ ବର୍ଣ୍ଣ ୟୁନିଟ ବ୍ୟବସ୍ଥା କରାଯାଇଛି। କୋଭିଡ ପାଇଁ କେହି ବ୍ୟସ୍ତ ହେବାର କିଛି କାରଣ ନାହିଁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିବା ସହ କୋଭିଡ୍‌ ପାଇଁ ଆଡଭାଇଜରୀ ମାନିବାକୁ ପରାମର୍ଶ ଦେଇଛନ୍ତି। ଏକରିକି ଅସୁସ୍ଥ ଥିଲେ ଭିଡ଼କୁ ଆସନ୍ତୁ ନାହିଁ, ମାସ୍କ ବ୍ୟବହାର କରିବାକୁ ଜନସାଧାରଣଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

Leave A Reply

Your email address will not be published.